BREAKING
Loading...
:

ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ଯକ୍ରମ

 ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ଯକ୍ରମ



ଖଣ୍ଡପଡ଼ା ୧୭|୯l୨୦୨୫ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ମା ଙ୍କ ନାମରେ ଗଛଟିଏ କାର୍ଯ୍ଯକ୍ରମ  ବୁଧବାର ଅନୁଷ୍ଠିତ ହୋଇଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ କାର୍ଯ୍ଯକ୍ରମର ମୁଖ୍ଯ ଲକ୍ଷ୍ଯ ସଂର୍ପକରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ଯୋଗ  ଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ସଂର୍ପକରେ ସୂଚନା ପ୍ରଦାନ କରିଥିଲେ।ଯୁକ୍ତ ୨ ଅଧ୍ୟକ୍ଷା ସ୍ମିତାଶେଫାଳି ମହାପାତ୍ର କାର୍ଯ୍ଯକ୍ରମରେ ପୌରୋହିତ୍ୟ କରିଥିଲେ।ଏ ପରିପ୍ରେକ୍ଷୀରେ ଆୟୋଜିତ ପ୍ରବନ୍ଧ ଓ ତର୍କ  ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଥିଲା। ପରିଶେଷରେ ଅତିଥିମାନଙ୍କ ଗହଣରେ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରୀ ଓ ଇକୋ କ୍ଲବର ସଦସ୍ଯାମାନେ ଅନୁଷ୍ଠାନ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ।ସେହିପରି ସମସ୍ତଙ୍କ ସହଯୋଗରେ ଅନୁଷ୍ଠାନ ପରିସରରୁ ଅଳିଆ, ଆବର୍ଜନା ସଫା କରାଯାଇଥିଲା।ଅଧ୍ୟାପିକା ବିଶ୍ବଭାରତୀ ମହାରଣା କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS