ଶିକ୍ଷକ ତପନ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ବାଙ୍କୀ,(ମାନସ ରଞ୍ଜନ ସାହୁ): ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ଉଦୟନାଥ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ତପନ କୁମାର ପାତ୍ରଙ୍କୁ ଗୁରୁଦିବସ ଅବସରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଶ୍ରୀଯୁକ୍ତ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, 3 ଜଣ ଏଡିଓସନ୍ତୋଷ କୁମାର ସେଠୀ, ଅଭିଜିତା ଭାସ୍କର, ଏବଂ ମନୋରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ. ଜିଲ୍ଲା ର 15 ଟି ବ୍ଲକରୁ 5ଜଣ କ୍ରୀଡା ଶିକ୍ଷକ ପୁରସ୍କାର ପାଇଥିବା ବେଳେ ବାଙ୍କୀ ବ୍ଲକରୁ ଜଣେ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ତପନ କୁମାର ପାତ୍ର ଲଗାତର 2ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କୃତ ହୋଇଛନ୍ତି. ଶ୍ରୀ ପାତ୍ରଙ୍କ ଜନ୍ମ ସ୍ଥାନ କଟକ ଜିଲ୍ଲା ନିଆଳି ବ୍ଲକ ଶାସନପଦା ଗ୍ରାମ ହୋଇଥିବା ବେଳେ ବୈଦ୍ୟେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଚାକିରୀ କରିଛନ୍ତି. ତାଙ୍କ ଖେଳ ଶିକ୍ଷା ଉଚ୍ଚ କୋଟିର ହୋଇଥିବା ରୁ ବୈଦ୍ୟେଶ୍ୱର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ରୁ ପୁରସ୍କୃତ ହୋଇଛନ୍ତି. ବିଦ୍ୟାଳୟ ରେ ବିଭିନ୍ନ ବିଷୟରେ ଶିକ୍ଷା ଦାନ ଭଲ ହୋଇଥିବା ରୁ ସରକାରଙ୍କ ତରଫରୁ ଲଗାତାର ଏହି ପୁରସ୍କାର ମିଳୁଥିବା ସୂଚନା ମିଳିଛି. ତାଙ୍କର ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପରିଡା, ମୁଖ୍ୟ କିରାଣୀ ଶୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଅଞ୍ଚଳର ଶିକ୍ଷାବିତ ଛାତ୍ର ଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି.
ମଣିଭଦ୍ରା ଖବର, ବାଙ୍କୀ
إرسال تعليق