ଶ୍ରୀ ଶ୍ରୀ ଲଡୁକେଶ୍ୱରଜୀୟୁ ମହାବିଦ୍ୟାଳୟରେ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ।
ଖଣ୍ଡପଡ଼ା ୧୩|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):
ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱରଜୀୟୁ ମହାବିଦ୍ୟାଳୟ ପରିସରରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ସ୍ବାଗତ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ଯକ୍ଷ ପ୍ରମୋଦ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ଯାପିକା ବିଜୟଲଷ୍ମୀ ରାଉତ ସଂଯୋଜନା କରିଥିଲେ। ଅଧ୍ୟାପକ ଦୈତାରୀ ପଣ୍ଡା ଅନୁଷ୍ଠାନର ଇତିହାସ, ନୀତି ନିୟମ ଓ ଚଳିତ ଶିକ୍ଷାବର୍ଷର ପାଠ୍ୟକ୍ରମ,ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଅଧ୍ୟାପକ ଓ ଅଧ୍ୟାପିକାମାନେ ନିଜ ନିଜର ପାଠ୍ୟକ୍ରମ ସଂକ୍ରାନ୍ତରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ ପୂର୍ବକ ଆବଶ୍ୟକ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନୂତନ ଛାତ୍ରଛାତ୍ରୀମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ ଜଣାଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ଯକ୍ଷ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଅଧ୍ୟାପକ ଲିପନ ପଣ୍ଡା ଧନ୍ୟବାଦ ଦେଇଥିଲେ।ଚଳିତ ବର୍ଷ ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୧୦ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ଶ୍ରେଣୀରେ ନାମ ଲେଖାଇଥିବା ଜଣାପଡିଛି। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق