BREAKING
Loading...
:

ସାହାବାଜପୁର ରେ ଫୁଟିଲା ବ୍ରହ୍ମକମଳ ଫୁଲ

 ସାହାବାଜପୁର ରେ ଫୁଟିଲା ବ୍ରହ୍ମକମଳ ଫୁଲ 



ମହାକାଳପଡ଼ା, - : 

ମହାକାଳପଡ଼ା ବ୍ଲକ ବିଜୟନଗର ପଞ୍ଚାୟତ ସାହାବାଜପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମକମଳ ଫୁଲ ଫୁଟିଥିବା ଜଣାପଡିଛି । ଗ୍ରାମର ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସଙ୍କ ବାସଭବନ ଅଗଣାରେ ଏହି ଫୁଲ ଫୁଟିଥିଲା । ଫୁଲଟି ଫୁଟିବା ପରେ ପରିବାର ଓ ପଡୋଶୀ ମାନେ ଦେଖି ଅପାର ଆନନ୍ଦ କରୁଣା ଲାଭ କରିଥିଲେ । ଶ୍ରୀ ଦାସଙ୍କ ମାଆ ସ୍ବର୍ଗତ ସରୋଜିନୀ ଦାସ ଏହି ଫୁଲଗଛର ଚାରାଟିକୁ ତାଙ୍କ ବନ୍ଧୁ ଡାକ୍ତର ସନ୍ତୋଷ କୁମାର ପୃଷ୍ଟି ଓ ପୁଷ୍ପାଞ୍ଜଳି ପୃଷ୍ଟିଙ୍କ ଠାରୁ ଆଣି ନିଜ ବଗିଚାରେ ରୋପଣ କରିଥିଲେ । ଫୁଲଟିକୁ ତାଙ୍କ ଭାଇ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଦାସ ଓ ପତ୍ନୀ ହରପ୍ରିୟା ଦାସ ନିକଟସ୍ଥ କାକଟପୁର ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଅର୍ପଣ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS