ଫଳକରେ ସୀମିତ ରାସ୍ତା ନିର୍ମାଣ କାର୍ଯ୍ଯ
ଖଣ୍ଡପଡ଼ା ୧୧|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମ ବଡସାହିରେ ଏକ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ବ୍ଲକ ପ୍ରଶାସନ ପକ୍ଷରୁ ୩ ଲକ୍ଷ ଟଙ୍କା ମଞ୍ଜୁର ହେବା ପରେ ରାସ୍ତା ନିର୍ମାଣ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଗତ ୨ ମାସ ତଳେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା।ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇ ପାରୁନଥିବା ଜଣାପଡିଛି। ଫଳରେ ସାମାନ୍ଯ ବର୍ଷା ହେଲେ ଗ୍ରାମ୍ଯ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି।କାଦୁଅ ପଙ୍କରେ ବଡସାହି ରାସ୍ତା ପୋତିହୋଇ ପଡୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଯାତାୟତ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ତେଣୁ ରାସ୍ତା ନିର୍ମାଣ କାର୍ଯ୍ଯ ଶିଘ୍ର ଆରମ୍ଭ କରି ଶେଷ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।ଏଥିପ୍ରତି ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ,ଖଳିସାହି ପଞ୍ଚାୟତ ଦାୟୀତ୍ବରେ ଥିବା ଯନ୍ତ୍ରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق