BREAKING
Loading...
:

ତାରାତାରିଣୀଙ୍କ ପୀଠରୁ ଆଉ ଭୋକିଲା ଫେରିବେନି ଭକ୍ତ: ଆରମ୍ଭ ହେଲା ଅନ୍ନପ୍ରସାଦ*

 *ତାରାତାରିଣୀଙ୍କ ପୀଠରୁ ଆଉ ଭୋକିଲା ଫେରିବେନି ଭକ୍ତ: ଆରମ୍ଭ ହେଲା ଅନ୍ନପ୍ରସାଦ*

 



ପୁରୁଷୋତ୍ତମପୁର, - ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନେ ଆଉ ଭୋକିଲା ହୋଇ ଫେରିବେନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବଡ ପଦକ୍ଷେପକୁ  ଜିଲା ପ୍ରସାଶନ ପକ୍ଷରୁ କାର୍ଯ୍ୟକାରୀ କରାଯାଇ ଆରମ୍ଭ ହୋଇଛି। ପ୍ରସାଦ ଯୋଗାଣର ବ୍ୟବସ୍ଥା ଗଞ୍ଜାମ ଜିଲାପାଳ ଭି ର୍କିତ୍ତିଭାସନ ଶୁଭାରମ୍ଭ କରିଛନ୍ତି ଏବଂ ନିଜେ ଭକ୍ତଙ୍କୁ ପ୍ରସାଦ ପରସିଛନ୍ତି।ଭକ୍ତମାନେ ଆନନ୍ଦର ସହକାରେ ଭୋଜନଶାଳାରେ ବସି ପ୍ରସାଦ ସେବନ କରିଥିବାବେଳେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉସାହ ଦେଖାଦେଇଛି। ମା’ଙ୍କ ପ୍ରସାଦ ପାଇ ନିଜକୁ ଧନ୍ୟ ମଣିଛନ୍ତି ଭକ୍ତ ଓ ପର୍ଯ୍ୟଟକ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲାପାଳ ଡଃ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଥାନା ଆଇଆଇସି ରାଜେଶକୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ମନ୍ଦିର ଉନ୍ନୟନ କମିଟିର ସଂପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS