BREAKING
Loading...
:

ଦଶପଲ୍ଲା ର ଐତିହାସିକ ମେଳିଆ ତୋଟାରେ ପାଳିତ ହେଲା ମୋଦୀଙ୍କ ଜନ୍ମଦିନ

 ଦଶପଲ୍ଲା ର ଐତିହାସିକ ମେଳିଆ ତୋଟାରେ ପାଳିତ ହେଲା ମୋଦୀଙ୍କ ଜନ୍ମଦିନ



ଦଶପଲ୍ଲା : - ( ମଣିଭଦ୍ରା ଖବର)  କିଶୋର ଚନ୍ଦ୍ର ଦଳବେହେରା କନ୍ଧମାଳ ସାଂସଦ ବ୍ଲକ ପ୍ରତିନିଧି ତଥା ଜଙ୍ଗଲ ସୁରକ୍ଷା ମହାସଂଘ ନୟାଗଡ଼ ସମ୍ପାଦକ ଙ୍କ ଆହ୍ୱାନ କ୍ରମେ ଦଶପଲ୍ଲା ମେଳିଆ ତୋଟା ପ୍ରାଙ୍ଗଣରେ ମୋଦୀ ଜୀ ଙ୍କ ଜନ୍ମଦିନ ରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଜୀ ଆହ୍ୱାନ କ୍ରମେ ଆଜି ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମେଳିଆ ତୋଟାର ଏକ ପେଡ ମା କେ ନାମ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ସୁରକ୍ଷା ମହାସଂଘ ଦଶପଲ୍ଲା ସଭାପତି ଶ୍ରୀ ଆଦିକାନ୍ଦ ପ୍ରଧାନ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କଳାକାର ମହାସଂଘ ଦଶପଲ୍ଲା ର ସଭାପତି ଶ୍ରୀ ବନମାଳୀ ରଣା, କୋଷାଧକ୍ଷ ଶ୍ରୀ ବୃନ୍ଦାବନ ପ୍ରଧାନ, ମହେଶ୍ୱର ସେଠି, ସରୋଜ ପ୍ରଧାନ, ଭୀମସେନ ସାହୁ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀ ପ୍ରାଣ କୃଷ୍ଣ ବେହେରା, ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଭୀମସେନ ମୁଦୁଲି ଉପସ୍ଥିତ ରହି ଅର୍ଜୁନ ଗଛ ରୋପଣ କରି ମାନନୀୟ ମୋଦୀ ଜୀ ଙ୍କ ଦୀର୍ଘାୟୁ କାମନା କରାଯାଇ ଥିଲା ଏବଂ ଗଛ ବିନା ଜୀବ ସତା ଲୋପ ପାଇଯିବ ଏହି ମର୍ମ ରେ ଗଛ ଗଛ ଗଛ ଆଉ ସବୁ ପଛ, ଗଛ ଆମର ଜୀବନ ଧନ ଦିଏ ଆମକୁ ପାଣି ପବନ, କଳି ଯୁଗ ର ଶିବ କି ଏ ଗଛ ନାହିଁତ ଆଉ କିଏ ନାରା ଦେଇ ଶ୍ରୀ ଦଳବେହେରା ସମସ୍ତ ଙ୍କ ମଙ୍ଗଳ କାମନା କରି ଧନ୍ୟବାଦ ଦେଇ ଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 


Post a Comment

أحدث أقدم
Header ADS