ପାରଳାଖେମୁଣ୍ଡି ଡି ଏଫ ଓ ଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ବନ ସହିଦ ଦିବସରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନଷ୍ଠିତ ।
ଗଜପତି, ୧୨/୯:(ମନୋଜ ପାଢୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିଭିଜନାଲ ଫରେଷ୍ଟ ଅଫିସ ପରିସରରେ ଜାତୀୟ ବନ ସହିଦ ଦିବସ ଓ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନଖ ବନଖଣ୍ଡ ଅଧିକାରୀ କେ.ନାଗରାଜୁ, ଏସିଏଫ୍ ଅରୁଣ କୁମାର ସାହୁ, ଏସିଏଫ୍ ସାଇନଶ୍ରୀ ଦାସ ଏବଂ ଡିଭିଜନର ତିନୋଟି ରେଞ୍ଜର କ୍ଷେତ୍ର କର୍ମଚାରୀ ଯୋଗ ଦେଇଥିଲେ।
ଜଙ୍ଗଲ, ବନ୍ୟପ୍ରାଣୀ ଏବଂ ପ୍ରାକୃତିକ ସମ୍ପଦ ସୁରକ୍ଷାରେ ସେମାନଙ୍କ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଇ ପ୍ରଥମେ ବନ ବିଭାଗର ସହିଦମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା । ଏହା ପରେ ସମ୍ମାନ ସ୍ଵରୂପ ସହିଦଙ୍କୁ ମନେ ପକାଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ଏହି ଅବସରରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ.ନାଗରାଜୁ ବନ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବାକୁ ପ୍ରଶଂସା କରିବା ସହ କ୍ଷେତ୍ର କର୍ତ୍ତବ୍ୟରେ ପ୍ରତିବଦ୍ଧତା ଏବଂ ଆନ୍ତରିକତା ଉପରେ ଗୁରୁତ୍ବାରୋପ କରିଥିଲେ । ବନ ସହିଦଙ୍କ ବଳିଦାନ ମନେ ପକାଇ କର୍ମଚାରୀଙ୍କୁ ଜଙ୍ଗଲ ସଂରକ୍ଷଣ ମିସନକୁ ଆଗକୁ ବଢ଼ାଇବ ସମୟରେ ସେମାନଙ୍କ ସାହସ ও ପ୍ରେରଣା ନେବାକୁ ଅନୁରୋଧ କରିଥିଲେ। ପ୍ରକୃତି ଏବଂ ଏହାର ବନ ସମ୍ପଦର ସୁରକ୍ଷା ପାଇଁ କର୍ତବ୍ୟ ଏବଂ ଦାୟିତ୍ବର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଏକ ସାମୂହିକ ସଂକଳ୍ପ ନିଆଯାଇଥିଲା ।
ମଣିଭଦ୍ରା ଖବର, ଗଜପତି


إرسال تعليق