.ଭୁଲ୍ ଚିକିତ୍ସା ଯୋଗୁ ତିନିବର୍ଷ ବାଳିକାର ମୃତୁ ରାସ୍ତା ଅବରୋଧ
, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଗନ ଧୂଳି ପଞ୍ଚାୟତ ରାଇ ଗଢିଆ ଗ୍ରାମର ବଳରାମ ରାମ ଙ୍କ ବଡ଼ ଝିଅ ଲିସ୍ପିତା ରାମ ବୟସ ୨ ବର୍ଷ ୮ ମାସ , ଅସୁସ୍ଥ ହୋଇପଡ଼ିଥିଲେ।ଯାହା ଫଳରେ ବାପା, ମା ଦୁଇଜଣ ଝିଅ କୁ ସୋର ଡାକ୍ତର ଙ୍କ ପାଖକୁ ଯାଇଥିଲେ ସେଠାରେ ଡାକ୍ତର ନ ଥିବାରୁ ଫେରି ଆସି ତୁଡିଗଢିଆ ବଜାର ରେ ଥିବା ଏକ ଘେରେଇ କ୍ଲିନିକ୍ ର ଡାକ୍ତର ଦେବକାନ୍ତ ପାଢ଼ୀଙ୍କୁ ଦେଖାଇ ଥିଲେ। ଡାକ୍ତର ଶ୍ରୀ ପାଢ଼ୀ ଝିଅ କୁ ଦେଖି ଔଷଧ ସହିତ ଇଞ୍ଜେକ୍ସନ ଦେଇଥିଲେ।ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ଝିଅର ହାତ ଗୋଡ଼ ଅଚଳ ହୋଇପଡିବାରୁ ବାପା ମା ଝିଅ କୁ ନେଇ ବାଲେଶ୍ୱର ମେଡିକାଲ କୁ ନେଇ ଯାଇଥିଲେ ସେଠାରେ ଡାକ୍ତର କିଛି ସମୟ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦେହକୁ ଵେବଚ୍ଛେଦ ପରେ ମୃତ ଝିଅ କୁ ଆଣି ନ୍ୟାୟ ପାଇଁ ତାର କ୍ଷତି ପୂରଣ ସହିତ ଡାକ୍ତର ଙ୍କୁ ଗିରଫ କରିବା ଦାବିରେ ସୋର କୁପାରି ରାଜ୍ୟ ରାଜପଥ ର ଟାୟାର ଜାଳି ଦେବ କାନ୍ତ କ୍ଲିନିକ୍ ସମୁଖରେ ମୃତ ଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ଯାତାୟାତ ସମ୍ପୁର୍ଣ୍ଣ ବନ୍ଦ ହୋଇପଡିଛି.। ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତିି। ଖବର ଲେଖା ପର୍ଯ୍ୟନ୍ତ ରାସ୍ତାରେ ମୃତ୍ୟୁ ସମ୍ପର୍କୀୟ ମାନେ ବସି ଥିବା ଦେଖିବାକୁ ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment