BREAKING
Loading...
:

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର, ୩୯ ଅଭିଯୋଗ ପଞ୍ଜିକୃତ

 ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର, ୩୯ ଅଭିଯୋଗ ପଞ୍ଜିକୃତ 

ଗଣିଆ ୦୮/୦୮(ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ମଦନମୋହନ ପ୍ରଧାନ,ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ପୁଷ୍ପା ନିଲିମା ଲାକ୍ରା,ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ପ୍ରିତିବାଳା ରଣା,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁଙ୍କ ସମେତ ଶିକ୍ଷା , ସ୍ବାସ୍ଥ୍ୟ, ପାନୀୟ ଜଳ,ବନ ବିଭାଗ,କୃଷି,ପ୍ରାଣୀ ଚିକିତ୍ସା ବିଭାଗ,ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ତଥା  ଜନସାଧାରଣ ଉପସ୍ଥିତ ଥିଲେ  । ନାରାୟଣ ପ୍ରସାଦ ବିଦ୍ୟାଳୟରେ ସୁଇପର ଏବଂ ରାତ୍ର ଜଗୁଆଳ ନିଯୁକ୍ତିରେ ଅନିୟମିତତା ସମ୍ପର୍କରେ ଗ୍ରାମର ମହିଳା ମାନେ ଲିଖିତ ଅଭିଯୋଗ କରିଥିଲେ । ଗଣିଆରେ ଥିବା ଅନେକ ସରକାରୀ ଯାଗାକୁ ମୁଷ୍ଟିମେୟ ପୁଞ୍ଜିପତୀ ମାନେ ଜବରଦଖଲ କରିଥିବାରୁ ଗ୍ରାମବାସୀ ମାନେ ସରପଞ୍ଚଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଆଜି ୩୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ରାସନ କାର୍ଡ, ଭତ୍ତା , କଳାକାର ଭତ୍ତା , ମୁଖ୍ୟମନ୍ତ୍ରୀ ଚିକିତ୍ସା ସହାୟତା , ପାନୀୟ ଜଳ, ଏନଆରଜିଏସ,ଷ୍ଟ୍ରିଟ୍ ଲାଇଟ୍ ସମ୍ପର୍କିତ ଅଭିଯୋଗ ହୋଇଥିଲା ବୋଲି ଜଣାପଡିଛି । 


ଏହି ଅବସରରେ ବ୍ଳକର ୫ ଜଣଙ୍କୁ ଆତ୍ମ ନିଯୁକ୍ତି କିଟ୍ ବଣ୍ଟନ କରାଯାଇଥିଲା । ସେଥିମଧ୍ୟରୁ କଳାସିମିଳିର ପ୍ରତାପ କୁମାର ବେହେରା,ଗଣିଆର ଶ୍ରୀନିବାସ ସାହୁ,ଡଙ୍କାରିସାହିର ମାନସ କୁମାର ମାଟି,ନୂଆପଡାର ଚନ୍ଦ୍ରକାନ୍ତ ପଟ୍ଟନାୟକ,ବସନ୍ତପୁରର ଜ୍ୟୋତିରଞ୍ଜନ ବାରିକଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ଫ୍ରିଜ,ଓଜନ ମେସିନ,ଗ୍ୟାସ ଷ୍ଟୋର,ପ୍ରେସର ମେସିନ,ମାଟି ଚକଟା ମେସିନ,ପ୍ରିଣ୍ଟର ଆଦି ବଣ୍ଟନ କରାଯାଇଥିଲା ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS