BREAKING
Loading...
:

ନାରାୟଣ ପଣ୍ଡାଙ୍କୁ ମାନ୍ୟବର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେ ବାହାଦୁର ଖୁରାନିଆ ସମ୍ବର୍ଦ୍ଧନା କରିବା ସହିତ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି।

 



ଓଡ଼ିଶା ରାଜ୍ୟ ପୋଲିସ ଭବନ ଠାରେ ଆୟୋଜିତ ସମ୍ବର୍ଧନା ଉତ୍ସବରେ ନୂତନ ଭାବେ ପ୍ରଚଳିତ ଫଉଜଦାର ଆଇନର ତ୍ୱରିତ ନ୍ୟାୟ ବ୍ୟବସ୍ଥାରେ ବିଭିନ୍ନ ମକଦ୍ଦମାର ଉପଯୁକ୍ତ ତଦନ୍ତ , ନିରୀକ୍ଷଣ ଓ ପରିଚାଳନା କରି ମାନ୍ୟବର ଅଦାଲତଙ୍କ ଦ୍ୱାରା ଦୋଷୀଙ୍କୁ ଦଣ୍ଡିତ କରିଥିବା ନିମଖଣ୍ଡି ଥାନାର ଶ୍ରୀଯୁକ୍ତ ଗ୍ୟାନରଞନ ବେହେରା ଓ ବୈଦ୍ୟନାଥପୁର ଥାନାର ଶ୍ରୀମତୀ କାଜଲ ବାଗ୍ ଦୁଇ ତଦନ୍ତକାରୀ ଅଧିକାରୀ, ଜିଲ୍ଲା ପୂର୍ବତନ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସାର୍ଥକ ସଡଙ୍ଗି ଓ ବର୍ତ୍ତମାନ କାର୍ଯ୍ୟରତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଡା ସର୍ବଣା ବିବେକ ଏମ ଓ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୂଟର ଶ୍ରୀ ନାରାୟଣ ପଣ୍ଡାଙ୍କୁ ମାନ୍ୟବର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେ ବାହାଦୁର ଖୁରାନିଆ ସମ୍ବର୍ଦ୍ଧନା କରିବା ସହିତ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS