BREAKING
Loading...
:

ଧଳାପଥରରେ ନିଆରା ଢଙ୍ଗରେ ଗଣେଶ ପୂଜା ପାଳିତ।

 ଧଳାପଥରରେ ନିଆରା ଢଙ୍ଗରେ ଗଣେଶ ପୂଜା ପାଳିତ। 




 କଳାପଥର (ନିରୁପମା ସାହୁ )ପ୍ରତିବର୍ଷ ପରି ଗଣେଶ ପୂଜା ଉପଲକ୍ଷେ ଧଳାପଥର ନୂଆସାହିରେ ଗଣେଶ ପୂଜା କମିଟି  ଓ ରତ୍ନପ୍ରଭା ପୂଜ୍ୟପୂଜା ସଂସଦ ତରଫରୁ  ନୂତନ ତରିକାରେ  ସାହିର ମା', ଝିଅ ଓ ଛୋଟ ଛୋଟ ପିଲାମାନଙ୍କୁ ନେଇ  ପ୍ରତିଯୋଗିତା ହୋଇଥିଲା। ପ୍ରଥମେ ସମସ୍ତ ଅତିଥିମାନଙ୍କୁ  ମା' ମାନେ ଉତ୍ତରୀୟ ସହ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ  ମାଲ୍ୟାର୍ପଣ କରି  ସଭା କାର୍ଯ୍ୟ ଆରମ୍ଭ କରିଥିଲେ।  ହୁଳହୁଳି, ଶଙ୍ଖ, କାନ୍ଦଣା, ପୁଚି, ଝୋଟି, ଗୋଡ଼ି ଖେଳ, ଠିଆ ପୁଚି, ଗୋଡ଼ି ଡିଆଁ, କନ୍ଯା ଖେଳ, ଶାଢି ତଉତା, ମ୍ୟୁଜିକ ଚେୟାର, ବେଙ୍ଗ ଡିଆଁ, ସଂଗୀତ ଇତ୍ୟାଦି ୨୦ ପ୍ରକାର ଖେଳ ଲଗାତର ପାଞ୍ଚ ଦିନ ଧରି ଚାଲିଥିଲା। ଏଥିରେ ଶିକ୍ଷୟିତ୍ରୀ ରାଜାରାଣୀ ସାହୁ, କଳ୍ପନା ମିଶ୍ର, ସଂଯୁକ୍ତା ମୁଦୁଲି  ବିଚାରକ ମଣ୍ଡଳୀ ଦ୍ବାରା  ସ୍ଥିରୀକୃତ ହୋଇଥିବା  ପ୍ରଥମ, ଦ୍ବିତୀୟ, ତ୍ରୁତୀୟ  ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ।  ଏହି କାର୍ଯ୍ୟକ୍ରମରେ  ମୁଖ୍ଯ ଅତିଥି ଧଳାପଥର ଫାଣ୍ଡି ଅଧିକାରୀ  ସୁଶାନ୍ତ କୁମାର ମଲ୍ଲିକ, ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ, କଲ୍ୟାଣୀ ସାହୁ, କାଜଲ ଯୁଝାର୍ ସିଂହ, ସଂଧ୍ଯାରାଣୀ ସେଠୀ,  ତୁଳସୀ ବାରିକ, ସୁରେଶ ଚନ୍ଦ୍ର ପଣ୍ଡା, ଭାଗୀରଥି ଦାଶ, ସୂର୍ଯ୍ୟକାନ୍ତ ପ୍ରଧାନ,କ୍ରିଷ୍ଣ ଚନ୍ଦ୍ର ରାଉତ, ଟୁକୁ ଗୁରୁଜୀ, ସୁଦର୍ଶନ ସାହୁ ପ୍ରମୁଖ ଅତିଥିମାନେ  ଯୋଗଦାନ  କରିଥିଲେ। ଏହି କାର୍ଯ୍ୟକ୍ରମରେ  ମୁଖ୍ଯ ଅତିଥି ଧଳାପଥର ଫାଣ୍ଡି ଅଧିକାରୀ  ସୁଶାନ୍ତ କୁମାର ମଲ୍ଲିକ, ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ, କଲ୍ୟାଣୀ ସାହୁ, କାଜଲ ଯୁଝାର୍ ସିଂହ, ସଂଧ୍ଯାରାଣୀ ସେଠୀ,  ତୁଳସୀ ବାରିକ, ସୁରେଶ ଚନ୍ଦ୍ର ପଣ୍ଡା, ଭାଗୀରଥି ଦାଶ, ସୂର୍ଯ୍ୟକାନ୍ତ ପ୍ରଧାନ,କ୍ରିଷ୍ଣ ଚନ୍ଦ୍ର ରାଉତ, ଟୁକୁ ଗୁରୁଜୀ, ସୁଦର୍ଶନ ସାହୁ ପ୍ରମୁଖ ଅତିଥିମାନେ  ଯୋଗଦାନ  କରିଥିଲେ। ଏହି ଉପଲକ୍ଷେ ଛୋଟ ଛୋଟ କଳାକାରମାନଙ୍କୁ ଦ୍ବାରା ଓଡ଼ିଶୀ, ଡାଲ ଖାଇରେ, ଭଜନ ଆଦି ନାଚ ଓ ଗୀତ ପରିବେଷଣ ହୋଇଥିଲା। ଏହାର ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ରତ୍ନପ୍ରଭା ସାହୁ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଅଞ୍ଚଳର ମା' ମାନେ ଓ ସାହିବାସୀ ଉତ୍ସାହିତ ହୋଇ ବିଭିନ୍ନ ଖେଳରେ ଭାଗ ନେଇ ଆନନ୍ଦିତ ହୋଇଥିଲେ। ସାହିରେ ମୈତ୍ରୀ ଓ ଭାଇଚାରା ନିମନ୍ତେ ଏସବୁ ଖେଳର ଆୟୋଜନ ହୋଇଥିଲା। ଶେଷରେ ସମାଜସେବୀ ତଥା ବରିଷ୍ଠ ଶିକ୍ଷାବିତ ଭାଗିରଥି ଦାସ ଧନ୍ୟବାଦ ଅର୍ପଣ କରିଥିଲେ. ଗଙ୍ଗାଧର ସାହୁ ନିର୍ଦେଶ ରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ରୁ ଧଳାପଥର ଅଂଚଳ ର ବହୁ ମହିଳା ଏବଂ ପୁରୁଷ ଏଭଳି ଲୋକ ଦେଖାଣିଆ କାର୍ଯ୍ୟକ୍ରମ କୁ ନିନ୍ଦା କରିଥିବା କୁହାଯାଉଛି.

ମଣିଭଦ୍ରା ଖବର, କଳାପଥର

Post a Comment

Previous Post Next Post
Header ADS