BREAKING
Loading...
:

ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା

 ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା 



ଗଜପତି ୧୨/୯ (ମନୋଜ କୁମାର ପାଢୀ) ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ସ୍ଥିତ ବାବାସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ  କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥିଭାବେ ବିଈଓ ଆଦିକନ୍ଦ ଗମାଙ୍ଗ ଓ ସମ୍ମାନିତ ଅତିଥିଭାବେ ଖଜୁରୀପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ସଂଡୁ ମଣ୍ଡଳ, ବଡପଦା ସମିତି ସଭ୍ୟ ମନୁଏଲ୍ ଛିଞ୍ଚାଣି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏବିଇଓ ଲିଙ୍ଗରାଜ କାର୍ଜି ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତା ତିନିଧରି ଚାଲୁ ରହିଥିଲା। ବ୍ଲକର ଚାରୋଟି ଜୋନରୁ ମୋଟ ୪୮୫ ଜଣ ଛାତ୍ରଛାତ୍ରୀ କବାଡି, ଖୋ- ଖୋ, ଭଲିବଲ୍, କ୍ରିକେଟ, ଫୁଟବଲ, ଚେସ ବ୍ୟାଡମିଣ୍ଟନ, ହକି ଭଳି ସମୂହ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨୦୬ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ବଡପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୁଷ୍ମନ୍ତ କୁମାର ମହନ୍ତ ପରିଚାଳନା କରିଥିବା ବେଳେ ବ୍ଲକର ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS