ଗିରଫ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
ଗଣିଆ ୧୧/୦୯(ସମିସ) ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ବୁଧବାର କନ୍ଧମାଳରୁ ଗଞ୍ଜେଇ ଆଣି ଆସୁଥିବା ବେଳେ ଗଣିଆ ବ୍ଳକ ମା କଳାପାଟ ପୀଠ ନିକଟରୁ ଦୁଇଜଣଙ୍କୁ ଗିରଫ କରିଥିଲା ଗଣିଆ ପୋଲିସ । ଗିରଫ ଅଭିଯୁକ୍ତ ଯୁଧିଷ୍ଠିର ରଣାଙ୍କ ଘର ବାଲୁଗାଁ ହୋଇଥିବା ବେଳେ ସେ ଯାଜପୁରର ଉଦୟପୁର ଠାରେ ରହୁଥିବା ବେଳେ ଅନ୍ୟ ଅଭିଯୁକ୍ତ ଅଭୟ ଜେନାଙ୍କ ଘର ଯାଜପୁରର ବ୍ରହ୍ମବରଦା ବୋଲି ଜଣାପଡିଛି । ଦୁଇଟି ବ୍ଯାଗରୁ ୨୦ କିଲୋ ଶହେ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ବ୍ଳୁ ରଙ୍ଗର ପଲସର ବାଇକଟିକୁ ମଧ୍ୟ ପୋଲିସ ଜବତ କରିଛି । କନ୍ଧମାଳ ଗଞ୍ଜେଇ ବେପାରୀଙ୍କ ଚରାଭୂଇ ପାଲଟିଥିବା ବେଳେ ଦଶପଲ୍ଲା -ଗଣିଆ ରାସ୍ତା ସେମାନଙ୍କ ପାଇଁ ସେଫ୍ ଜୋନ ସାବ୍ୟସ୍ତ ହୋଇଛି । ଧରା ପଡୁଥିବା ବେପାରୀଙ୍କ ଅପେକ୍ଷା ଖସି ପଳାଉଥିବା ବେପାରୀଙ୍କ ସଂଖ୍ୟା ବହୁ ଅଧିକ । ତେବେ ପୋଲିସ ମହାନିର୍ଦ୍ଦେଶକଙ୍କ ଅପରେସନ ପ୍ରହାର ଫଳରେ ଆଗାମୀ ଦିନରେ ଚୋରା ବେପାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧୀକାରୀ ଲକ୍ଷ୍ମଣ ଦଣ୍ଡସେନା ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ
إرسال تعليق