ପାଣିଜମି ଶହେ ରୁ ଉର୍ଦ୍ଧ ଏକର ଚାଷଜମି ନଷ୍ଟ
ବାହାନଗା, -:ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଂଚାୟତ ରେ ଶହେ ରୁ ଉର୍ଦ୍ଧ ଚାଷଜମି ରେ ପାଣି ଜମି ଚାଷ ହୋଇ ପାରୁନି l ଯ ଦ୍ଵାରା ବହୁ ଚାଷୀ ନିଜର ଜୀବିକା ହରାଉଛନ୍ତି l ବାହାନଗା ବ୍ଲକ ର ଅପରପାର୍ଶ୍ୱ ରେ ଥିବା ଚାଷ ଜମିରେ ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ଜଳ ବର୍ଷ ତମାମ ଜମି ରହୁଛି l ଯାହା ଦ୍ଵାରା ଏହି ଅଂଚଳ ଟି ଏକ କୃତ୍ରିମ ହ୍ରଦ ରେ ପରିଣତ ହୋଇ ଯାଇଛି l ପୋଲ ମୁଁହରେ ଜବର ଦଖଲ କରି ମାଟି ପୋତିଦେଇଥିବା କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ଦୁର୍ଦଶା ଭୋଗୁଛନ୍ତି ବିଚରା ଚାଷୀ l ନୂତନ ରାଜରାସ୍ତା ନିର୍ମାଣ ବେଳେ ଠିକା କମ୍ପାନୀ ର ମନମୁଖୀ କାମ ଓ ଜନ ସାଧାରଣ ଙ୍କ ସ୍ୱାର୍ଥ କୁ ଅଣଦେଖା କରିବା କାରଣରୁ ଏହି ଜଟିଳ ସମସ୍ୟା ଦେଖା ଦେଇଛି l ଯଥାଶୀଘ୍ର ସରକାରୀ ଅଫିସର ଘଟଣା ଟିକୁ ତର୍ଜମା କରି, ଚାଷୀ ଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق