BREAKING
Loading...
:

ଟାଟା ସେଚ୍ଛାସେବୀ ସପ୍ତାହ ପାଳନ ଅବସରରେ - ଗ୍ରାମ୍ୟ ପରିମଳ ଓ ପରିବେଶ ସୁରକ୍ଷା ସଚେତନତା ଯାତ୍ରା

 ଟାଟା ସେଚ୍ଛାସେବୀ ସପ୍ତାହ ପାଳନ ଅବସରରେ -

ଗ୍ରାମ୍ୟ ପରିମଳ ଓ ପରିବେଶ ସୁରକ୍ଷା ସଚେତନତା ଯାତ୍ରା 



ଦଶପଲ୍ଲା : - 

ସେପ୍ଟେମ୍ୱର ପାଞ୍ଚ ରୁ ଅକ୍ଟୋବର ସାତ ତାରିଖ ପର୍ଯ୍ୟନ୍ତ ଟାଟା ସ୍ଵେଚ୍ଛାସେବୀ ସପ୍ତାହ ପାଳନ ଅବସରରେ ପ୍ରକଳ୍ପ ଅଧିକାର ଦ୍ଵାରା ଏବଂ TPCODL ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ମିଳିତ ଉଦ୍ୟମରେ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଖମାରସାହି ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଜୟନ୍ତୀ ନାୟକଙ୍କ ନେତୃତ୍ୱରେ ଗ୍ରାମ୍ୟ ମହିଳା ମାନଙ୍କୁ ନେଇ ମହିଳା ଅଧିକାର, ବାଲ୍ୟ ଵିଵାହ ଉଚ୍ଛେଦ ଗ୍ରାମ୍ୟ ପରିମଳ ତଥା ଜଙ୍ଗଲ ଓ ପରିବେଶ ସୁରକ୍ଷା ଇତ୍ୟାଦି ବିଷୟରେ ଜନ ସଚେତନତା କାର୍ଯ୍ୟକ୍ରମ ଅଧିକାର ମିତ୍ର ଶ୍ରୀମତୀ ପ୍ରତିମା ପ୍ରଧାନଙ୍କ ଅୟୋଜନ କ୍ରମେ ଅନୁଷ୍ଠିତ ହୋଇଯାଇଛି।


ଏ ପ୍ରକାର ସାମାଜିକ କାର୍ଯ୍ୟ ଓ ସାମୂହିକ ଉଦ୍ୟମକୁ ସଂପୃକ୍ତ ଗ୍ରାମବାସୀ ସ୍ୱାଗତ କରିବା ସହିତ ଏଭଳି ଗୋଷ୍ଠୀ ସଚେତନତା ମୂଳକ କାର୍ଯ୍ୟକ୍ରମ ପ୍ରତି ଗାଁ ଗାଁ ରେ କରିବା ଆବଶ୍ୟକ ବୋଲି ଗ୍ରାମବାସୀ ମତାମତ ଦେଇଥିଲେ। ଏ ଅଭିଯାନକୁ ବ୍ୟାପକ କରିବା ସହିତ ଗ୍ରାମ ଗୋଷ୍ଠୀ ଏଥିରେ ସହଯୋଗ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଜୟନ୍ତୀ ଜେନା ଅନୁରୋଧ କରିଛନ୍ତି ଏବଂ ପର୍ଯ୍ୟାୟ କ୍ରମେ ଖାମାର ସାହି ଗ୍ରାମ ପଂଚାୟତର ପ୍ରତି ଗାଁ ଗାଁ ରେ ଏଭଳି ଗୋଷ୍ଠୀ ଭିତ୍ତିକ ଜନ ସଚେତନତା ଯାତ୍ରା ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଛନ୍ତି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS