BREAKING
Loading...
:

ଜିଲ୍ଲା ନୋଡାଲ ସେକ୍ରେଟାରୀ ଡ଼.ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଗସ୍ତ ।

 ଜିଲ୍ଲା ନୋଡାଲ ସେକ୍ରେଟାରୀ ଡ଼.ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଗସ୍ତ  ।



ଗଜପତି(ମନୋଜ ପାଢୀ/ ୧୦/୯)

ଆଜି ଜିଲ୍ଲା ନୋଡାଲ ସେକ୍ରେଟାରୀ ତଥା ଉପ-ଅଧ୍ୟକ୍ଷ,ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କାର୍ଯ୍ୟକାରି ହୋଇଥିବା ଇଣ୍ଡୋର୍ ଷ୍ଟାଡିୟମ୍ ବୁଲି ଦେଖିବା ସହ ନିକଟସ୍ଥ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ଚାବି କାଠି ପ୍ରଦାନ କରିଥିଲେ । ସେହିପରି ନୂଆଗଡ ବ୍ଲକ୍ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଜୟ ମା ମଙ୍ଗଳା ମିଶନ ଶକ୍ତି ସିଲେଇ କେନ୍ଦ୍ର ପରିଦର୍ଶନ କରି କର୍ଯ୍ୟକରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ସହିତ ଆଲୋଚନା କରିଥିଲେ।

ସ୍ଥାନୀୟ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଉତ୍ତମ ଶିକ୍ଷାଦାନ ଓ ଭଲ ପାଠପଢ଼ା ପରିବେଶ ସୃଷ୍ଟି କରିବାପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଡ଼ମ୍ବାପୁର ର ଅଙ୍ଗନୱାଡି ଗୃହ ନିର୍ମାଣ ବିଲିଦେଖିଥିଲେ ଓ ସ୍ଥାନୀୟ ସୁଭଦ୍ରା ହିତାଧିକାରୀଙ୍କ ସହିତଆଲେଚନା କରିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମନ ରାଇକା, ଜିଲ୍ଲା ପ୍ରକଳ୍ପ ପରିଚାଳକ ଓଡ଼ିଶା ଜୀବିକା ମିଶନ ଶ୍ରୀ ଟିମନ ଵାରା, ଜିଲ୍ଲା ସାଧାରଣ ପରିଚାଳକ ଶ୍ରୀ ସୁନାରମ୍ ସିଂ ସମେତ ଆର,.ଉଦୟଗିରି,ନୂଆଗଡ ଓ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS