BREAKING
Loading...
:

ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ।

 ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ।



ଗଜପତି(ମନୋଜ ପାଢୀ) -: 

ଆଜି ରାୟଗଡ଼ ବ୍ଲକର ରାୟଗଡ଼ ଶିବମନ୍ଦିର ପ୍ରାଙ୍ଗଣଠାରେ ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ମଣ୍ଡଳ ସଭାପତି ଶ୍ରୀସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ ବିଜେପି ସାଂସଦ ପ୍ରତିନିଧି ପ୍ରଦୀପ କୁମାର ବିଶୋଇ ,ବରିଷ୍ଠ ବିଜେପି ନେତା ଗଣେଶ ବିଶୋଇ ଓ ସୁକୁଟା  ମଣ୍ଡଳ ,ଶ୍ରୀନିବାସ ପାଇକ, ବିବେକାନନ୍ଦ ଶବର ଓ ସେବା ପକ୍ଷ କାର୍ଯ୍ୟକ୍ରମର ମଣ୍ଡଳ କୋଡିନେଟର ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ  ମଞ୍ଚାସିନ ଥିଲେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ ତଥା ଏହି ସେପ୍ଟେମ୍ୱର ୧୭ ତାରିଖ ଠାରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟାବର ଦୁଇ  ତାରିଖ ଯାଏ ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ ରେ ରାୟଗଡ ସଦର ମହକୁମାରେ ବ୍ଲକ, ମେଡିକାଲ, ମନ୍ଦୀର,ବିଦ୍ୟାଳୟ ଆଦି ଅନୁଷ୍ଠାନ ଗୁଡ଼ିକରେ ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମ 

ସହ ମାଁ ଙ୍କ ନାମରେ ଗଛ ଟିଏ ଲଗାଇବା ପାଇଁ ସ୍ଥିର କରାଯାଇଛି।

ସେହିଭଳି ପ୍ରତି ପଞ୍ଚାୟତ ରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ରେ  ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହ ମା ପାଇଁ ଗଛ ଟିଏ ଲଗାଇବା ପାଇଁ ସ୍ଥିର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମଣ୍ଡଳର ଉପସଭାପତି  ରବୀନ୍ଦ୍ର ରାଇପାତ୍ର ,ଯୁବ ମୋର୍ଚ୍ଚା ସଭାପତି  ସୁମନ ପ୍ରଧାନୀ ଓ ବହୁ ବିଜେପିର ବରିଷ୍ଠ, ଶ୍ରେଷ୍ଠ ଓ ବୟଜେଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତ ରହି ଏହି ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS