BREAKING
Loading...
:

ଚଳଚିତ୍ର ଅଭିନେତା ହେମନ୍ତ ଦାସଙ୍କ ୯୨ତମ ଜନ୍ମ ଜୟନ୍ତୀ

 ଚଳଚିତ୍ର ଅଭିନେତା ହେମନ୍ତ ଦାସଙ୍କ ୯୨ତମ ଜନ୍ମ ଜୟନ୍ତୀ  



ବାଙ୍କୀ,(ମାନସ ରଞ୍ଜନ ସାହୁ): ଚଳଚିତ୍ର ଅଭିନେତା ଜୟଦେବ ପୁରସ୍କାର ପ୍ରାପ୍ତ ସ୍ୱର୍ଗତ ହେମନ୍ତ ଦାସଙ୍କ ୯୨ତମ ଜୟନ୍ତୀ ଜନ୍ମମାଟି ବାଙ୍କୀ ଠାରେ ପାଳିତ ହୋଇଯାଇଛି । କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ପରିସରରେ ସ୍ଥାପିତ ସ୍ୱର୍ଗତ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ମମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରିଷଦର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା ଯୋଗଦାନ କରି ସ୍ୱର୍ଗତ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବସମାଜସେବୀ ଅକ୍ଷୟ କୁମାର ସାମଲ , ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ବିଜୟ କୁମାର ଦିକ୍ଷୀତ, କବିଲଲାଟେନ୍ଦୁ ପଣ୍ଡା, ସଂପାଦକ ବେଣୁଧର କର, ଅବସରପ୍ରାପ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଜଗଦିଶ ପଣ୍ଡା, ଗଙ୍ଗାଧର କର, ମୋନାଲି ବାରିକ , ଆଦିତ୍ୟ ବେହେରା, ଋଦ୍ର ନାରାୟଣ ସାହୁ ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିଥିଲେ । ନୃତ୍ୟ ଶିକ୍ଷକ ମହେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । 


ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS