ପମ୍ପ ହାଉସରୁ ମୋଟର ଚୋରି , ଖଜୁରୀପଦରୁ ଜଣେ ଗିରଫ 9 ଫେରାର
ବାଙ୍କୀ(ମାନସ ରଞ୍ଜନ ସାହୁ) : ସରକାରଙ୍କ ତରଫରୁ ହାତ ପାହାନ୍ତରେ ପାନୀୟ ଜଳ ପହଁଚିବା ପାଈଁ ପମ୍ପ ହାଉସ ତିଆରି କରି ଘରକୁ ସ୍ୱଚ୍ଛ ପାଣି ପହଞ୍ଚିବାର ବ୍ୟବସ୍ଥା କରିଛନ୍ତି. କିନ୍ତୁ ଦୃବୁତମାନେ ପମ୍ପ ହାଉସକୁ ଲକ୍ଷକରି ଗାଁ ଠାରୁ କିଛି ଦୂର ରେ ଥିବା ପମ୍ପରୁ ମୋଟର ଚୋରୀ କରିବା ଦ୍ୱାରା ସାଧାରଣରେ ପାଣି ଟୋପାଏ ପାଈଁ ନାହିଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. କାଳିପୋଇ ପଂଚାୟତ କରଡ଼ାପଲ୍ଲୀ ଟାଙ୍ଗୀସାହି ଏବଂ ପୁଇଁଚା ପଂଚାୟତ ପଣ୍ଡାଳମ ପମ୍ପ ହାଉସରୁ ବାରମ୍ବାର ମୋଟର ଚୋରୀ ହୋଇଥିବା ନେଇ ସରପଞ୍ଚ ସୁବ୍ରତ ବେହେରା ଏବଂ ବିଜୟ ମତ୍ତଗଜସିଂହ ପୃଥକ ଏତଲା ବୈଦ୍ୟେଶ୍ୱର ଥାନାରେ ଦେଇଥିଲେ. ଆଇ ଆଇସି ସଞ୍ଜୟ କୁମାର ଜେନା ଚୋରୀ ଘଟଣାକୁ ତତ୍ପରତା ଅବଲମ୍ବନ କରି ତଦନ୍ତ ଜୋରଦାର କରିଥିଲେ. ବୈଦ୍ୟେଶ୍ୱର ପୋଲିସ ସମସ୍ତ ଅଂଚଳ ଛିନଭିନ କଲାପରେ ଚୋରି କରୁଥିବା ଖଜୁରୀପଦା ଗ୍ୟାଙ୍ଗ ନିକଟରେ ପହଂଚିଥିଲା. ଲୁଟ ଘଟଣା ରେ ସଂପୃକ୍ତ 10 ଅଭିଯୁକ୍ତ ମଧ୍ୟରୁ 9ଜଣ ଫେରାରହୋଇ ଯାଇଥିବାବେଳେ ଜଣକୁ ଗିରଫ କରି ବାଙ୍କୀ କୋର୍ଟ ଚାଲାଣ କରିଛି. ବୈଦ୍ୟେଶ୍ୱର ଥାନା ଖଜୁରିପଦା ଗ୍ରାମର ଭକ୍ତକୃଷ୍ଣ ସେଠୀ ଙ୍କ ପୁତ୍ର ବିଶ୍ବରଂଜନ ସେଠୀ (୧୮) ନିକଟରୁ ଏକାଧିକ ପାଣି ମୋଟର ସହ, ବହୁ ନାମୀ ଦାମୀ କମ୍ପାନୀର ଏସି, ପ୍ରିଜି, କୁଲର ଜବତ କରିବା ସହ ବିଭିନ୍ନ ଗ୍ରାମର ଘରୁ ଚୋରୀ କରିଥିବା ସମ୍ପର୍କରେ ମାନିଜିବା ସହ ଅନ୍ୟ 9ଜଣ ସହଯୋଗଙ୍କ ନାମ ପୁଲିସ ଆଗରେ ପ୍ରକାଶ କରିଛି. ଉକ୍ତ ଅଭିଯୁକ୍ତ ମାନେ ଖଜୁରୀପଦା ଗ୍ରାମର ହୋଇଥିବା ବେଳେ ପୁଲିସ ଗିରଫ ଭୟରେ ଫେରାର ହୋଇଯାଇଥିବା ଆଇ ଆଇସି ଜେନା ବାବୁ ସୂଚନା ଦେଇଛନ୍ତି.ବୈଦ୍ୟେଶ୍ୱର ଥାନାରେ କେସ ନଂ ୧୬୨/୨୫ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ବାଙ୍କୀରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ....


إرسال تعليق