ଦୁର୍ଘଟଣାରେ ମୃତ ୨ ବ୍ଯକ୍ତିଙ୍କ ପରିବାରବର୍ଗଙ୍କୁ ୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ
ଖଣ୍ଡପଡ଼ା ୧୧|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖଣ୍ଡପଡ଼ା ଅଞ୍ଚଳର ୨ ଗୋଟି ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪+୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାଯାଇଛି ।ସୂଚନାଯୋଗ୍ଯ ଏକ ମିନି ଯାତ୍ରୀବାହୀ ବସ ଧକ୍କାରେ ଯୋଗିଆପଲ୍ଲୀ ଗ୍ରାମର ବଳରାମ ପ୍ରଧାନଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ସୋମବାର ସକାଳେ ଏକ ହାଇଓ୍ବା ଗାଡି ଧକ୍କାରେ କଣ୍ଟିଲୋ ନିକଟସ୍ଥ ପଥରଚକଡ଼ା ଗ୍ରାମର ନିରଞ୍ଜନ ଗୋଛୀଙ୍କର ପଥରଚକଡା ଗ୍ରାମ ନିକଟସ୍ଥ କୁକୁଡାଖାଇ ନାଳ ନିକଟରେ ଅକାଳ ମୃତ୍ୟୁ ହୋଇଥିଲା। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ କଣ୍ଟିଲୋ ଡ଼ାକବଙ୍ଗଳାରେ ଏଭଳି ୨ ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ସଂର୍ପକରେ ଏକ ବୈଠକ ରେ ଗଭୀର ଦୁଃଖ ପ୍ରକାଶ କରିଥିଲେ, ରାଜ୍ଯ ଯୁବମୋର୍ଚ୍ଚା ଭାଜପା ସଭାପତି ଅଭିଳାଷ ପଣ୍ଡା ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟି, ଆକର୍ଷଣ କରିଥିଲେ। ମାନ୍ଯବର ମୁଖ୍ଯମନ୍ତ୍ରୀ ସମ୍ବେଦନଶୀଳ ଘଟଣା ସଂର୍ପକରେ ଅବଗତ ହେବା ପରେ ଉକ୍ତ ୨ ଟି ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଥିବା ଜଣାଯାଇଛି।ସହାୟତା ରାଶି ଘୋଷଣା ପରେ ମୃତକଙ୍କ ପରିବାରବର୍ଗ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଉକ୍ତ ବୈଠକରେ ଭାପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା, ଉପଖଣ୍ଡ ଥାନା ଅଧୀକାରୀ ଖଣ୍ଡପଡ଼ା ମଦନ ମୋହନ ପ୍ରଧାନ, କଣ୍ଟିଲୋଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାସ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅକ୍ଷିଳ କୁମାର ମହାରଣା ଏବଂ ପଥରଚକଡା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ବୈଠକ ରେ ଯୋଗଦାନ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق