BREAKING
Loading...
:

ମାଙ୍କଡାପଥର ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମୃତ୍ୟୁ

 ମାଙ୍କଡାପଥର ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମୃତ୍ୟୁ ।



ଢେ଼ଙ୍କାନାଳ ଓଡ଼ାପଡ଼ା : ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲ ଇନ୍ଦିପୁର ରାଜସ୍ୱ ଦ୍ବିତୀୟ ନମ୍ବର ଗୁଣ୍ଡୁରୀପଶି ଅଞ୍ଚଳରେ ମାଙ୍କଡାପଥର ଖଣିରେ କାର୍ଯ୍ୟକରୁଥିବା ସମୟରେ ଅକ୍ଷୟ ନାଏକ ନାମକ ଶ୍ରମିକଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିଛି । ତେବେ ଖଣି ମାଲିକ ଅକ୍ଷୟଙ୍କୁ ଜେସିବିରେ ମାରି ପୋତିଦେଇଥିବା କଥା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାପରେ ଗ୍ରାମବାସୀମାନେ ବେସାଳିଆ ଇନ୍ଦିପୁର ରାସ୍ତାକୁ ଅବରୋଧ କରିଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏପରିକି ଘଟଣା ସ୍ଥଳରେ ଜିଲ୍ଲା ଖଣିଜ ଅଧିକାରୀଙ୍କ ଦେଖା ବି ମିଳିନଥିଲା। ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲି ଇନ୍ଦିପୁର ରାଜସ୍ୱ ଦ୍ଵିତୀୟ ନମ୍ବର ଗୁଣ୍ଡୁରୀପଶି ଅଞ୍ଚଳରେ ମାଳମାଳ ବେଆଇନ୍ ଲଘୁଖଣିଜ ଉତ୍ତୋଳନ ହୋଇ ଦୈନିକ ହଜାର ହଜାର

ଟ୍ରିପ୍‌ର ଲଘୁଖଣିଜ ହରିଲୁଟ୍ ହେଉଛି । ତେବେ ପ୍ରଶାସନ ଓ ମାଫିଆଙ୍କ ମଧୁ ଚନ୍ଦ୍ରିକା ପାଇଁ ଏହିପରି ନିରୀହ ଖଟିଖିଆ ଶ୍ରମିକଙ୍କ ଜୀବନ ବଳି ପଡିଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପ୍ରଶ୍ନ ଉଠୁଛି ଯଦି ସରକାର କାହାକୁ ଲଘୁ ଖଣିଜ ଉତ୍ତଳନ କରିବାକୁ ସରକାରୀ ଅନୁମତି ଦେଉଛନ୍ତି ତେବେ ଉକ୍ତ ଖଣିରେ କେଉଁ ଶୈଳୀରେ କାର୍ଯ୍ୟ ହେଉଛି,ସୁରକ୍ଷା ନିରାପତ୍ତା ବ୍ୟବସ୍ଥା ଅବଲମ୍ବନ ହେଉଛି ନାଁ ନାହିଁ କାର୍ଯ୍ୟରତ ଶ୍ରମିକଟିଏ ବାସ୍ତବରେ ସୁରକ୍ଷା ସମ୍ବନ୍ଧୀୟ ଉପକରଣ ଯଥା ହେଲେମଟ,ସୁରୀକ୍ଷା ବେଲ୍‌ଟ ଇତ୍ୟାଦି ବ୍ୟବହାର କରି କାର୍ଯ୍ୟ କରୁଛି ନାଁ ନାହିଁ ତାହାର ସଠିକ ଯାଞ୍ଚ କାହିଁକି କରୁନାହାଁନ୍ତି । କାହିଁକି ଶ୍ରମ ଅଧିକାରୀ ଏହିପରି ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବା ଖଣି ମାଲିକଙ୍କ ଉପରେ କୌଣସି ଆଖ୍ ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏପରିକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ମେସିନ୍‌ରେ ମାରି ପୋତି ଦେଇଥୁବା ଅଭିଯୋଗ କଲେ ପରିବାରଠୁ କ୍ଷତିପୂରଣ ଦାବିରେ ବେସାଳିଆ ଇନ୍ଦିପୁର ରାସ୍ତା ଅବରୋଧ ଏହି ରାସ୍ତା ରେ ଇନ୍ଦିପୁର ରାଜସ୍ୱ ଅଧିକାରୀଙ୍କ କାର୍ଯ୍ୟାଳୟ ଥାଇ ମଧ୍ଯ ତହସିଲ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାନ ପାଖରେ ସଠିକି ସୂଚନା କିପରି ପହଞ୍ଚୁ ପାରୁନାହିଁ ନାହିଁ । ଓଡ଼ାପଡ଼ା ଅଞ୍ଚଳରେ ଏହିପରି ଅନେକ ବେଆଇନ ଖଣି ଉତ୍ତୋଳନ କରାଯାଉଥିଲେ ମଧ୍ୟ

ସରକାରୀ ବାବୁ ମାନ ସବୁ ଜାଣି ନଜାଣିବାର ଅଭିନୟ କରି ନିଜ ମୁନାଫା ପାଇ ବସି ଯାଉଛନ୍ତି । ନିଜ ପେଟ ଚାଖଣ୍ଡେ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଏହିପରି ପଥର ଖଣିରେ ଜୀବନ ହରାଉଛନ୍ତି ନିରୀହ ଶ୍ରମିକ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS