BREAKING
Loading...
:

ଚେନ୍ନାଇ ଯାଇ ଦାଦନ ଶ୍ରମିକ ନିଖୋଜ ।

 ଚେନ୍ନାଇ ଯାଇ ଦାଦନ ଶ୍ରମିକ ନିଖୋଜ ।




ଦଶପଲ୍ଲା (ମଣିଭଦ୍ରା ଖବର) ଗଡି ଚାଲିଛି ସମୟ , ବଦଳୁଛି ସରକାର ,ହେଲେ ଓଡିଶାରୁ ହଟୁନି ଦାଦନ ଦୁଃଖ ।  ପରିବାରର ଅଜାଣତରେ

ଚେନ୍ନାଇ କାମ କରିବାକୁ ଯାଇଥିବା ବେଳେ ସ୍ଵାମୀଙ୍କ ପତ୍ତା ମିଳୁନଥିବା ପତ୍ନୀ ଅଭିଯୋଗ ଆଣିଛନ୍ତି | ଦଶପଲ୍ଲା ପଶ୍ଚିମାଞ୍ଚଳ ,ବାଣିଗୋଛା ଥାନା ଅଧୀନସ୍ଥ ନେଫାରୀ ଗ୍ରାମର ମଞ୍ଜୁ ବେହେରା ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖ ଦିନ ସ୍ବାମୀ ଅର୍ଜୁନ ବେହେରା ତାଙ୍କୁ ନ ଜଣାଇ ବାହାରକୁ ଚାଲି ଯାଇଥିଲେ। ମାତ୍ର ବହୁ ଖୋଜାଖୋଜି କରି କୌଣସି ସନ୍ଧାନ ପାଉନଥିବା ବେଳେ ଚେନ୍ନାଇରେ ଥିବା ନେଫାରୀ ବନ୍ଧସାହି ଗ୍ରାମର ସୁରଥ ମାଝୀ, ସେ କାମ କରିବାକୁ ଆସି ନିରୁଦ୍ଦିଷ୍ଟ ଥିବା ସମ୍ପର୍କରେ ଅବଗତ କରାଇଥିଲେ। ଗ୍ରାମର ପଞ୍ଚା ଦେହୁରୀ ସହିତ କାମ କରିବାକୁ ଯାଇଥିବା ବେଳେ ଏବେ ପାଖରେ ନଥିବା ଜାଣିବାକୁ ପାଇଥିଲେ। ଏପଟେ ସ୍ଵାମୀ ଗଲାଦିନଠାରୁ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇନଥିବା ସେ କହିଛନ୍ତି। ଯାହାକୁ ନେଇ ସେ ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିବା ସହ ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ଆକୁଳ  ନିବେଦନ କରିଛନ୍ତି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS