ମାଙ୍କଡ କାମୁଡାରେ ୪ର୍ଥ ଶ୍ରେଣୀ ଛାତ୍ର ଗୁରୁତର ।
କେନ୍ଦ୍ରାପଡ଼ା, - :
ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳସିଂ ପଞ୍ଚାୟତର ଠାକୁରପାଟଣା ଗାଁର ସନାତନ ଗେରୁଙ୍କ ୧୦ ବର୍ଷର ପୁଅ ଆଶୁତୋଷ ଗେରୁ ମାଙ୍କଡ଼ କାମୁଡାରେ ଗୁରୁତର ହୋଇପଡିଛି । ପିଲାଟି ଗାଁଦାଣ୍ଡରେ ଖେଳୁଥିବା ବେଳେ ମାଙ୍କଡ ଆକ୍ରମଣ କରିଥିଲା । ମାଙ୍କଡ କାମୁଡାରେ ପିଲାଟିର ବାମ ହାତରୁ ମାଂସ ଉଠିଯାଇ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସଙ୍ଗେ ସଙ୍ଗେ ପଡ଼ୋଶୀ ଓ ତାର ପରିବାର ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଏହି ଭଳି ବହୁତ ଲୋକ ମାଙ୍କଡ କାମୁଡାରେ ଗୁରୁତର ହୋଇଥିବାର ନଜରକୁ ଆସିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଦାବି ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment