BREAKING
Loading...
:

ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ଯକ୍ରମ ପ୍ରସ୍ତୁତି ବୈଠକ

 ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ଯକ୍ରମ ପ୍ରସ୍ତୁତି ବୈଠକ 



ଖଣ୍ଡପଡ଼ା ୧୧|୮ (ମଣିଭଦ୍ରା ଖବର) ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀସ୍ତରୀୟ ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ଯକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ଭାପୁର ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସ୍ଥାୟୀ ସଭାପତି ଶିକ୍ଷାବିତ ରବୀନ୍ଦ୍ରନାଥ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ମୋ ମାଟି ଭାପୁର ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ସମେତ ଭାପୁର ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ,ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ,ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ୪ ର୍ଥ  ବର୍ଷରେ ପଦାର୍ପଣ କରିଥିବା ଏହି ନିଆରା କାର୍ଯ୍ଯକ୍ରମ  ଚଳିତ ବର୍ଷ ଖଣ୍ଡପଡ଼ା ବ୍ଲକ ଅଧିନ ବନମାଳୀପୁର ଠାରେ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି ପ୍ରସ୍ତାବକ୍ରମେ ନିଷ୍ପତ୍ତି ନିଆ ଯାଇଥିଲା ବେଳେ ୨ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କୁ ସମ୍ମାନିତ କରାଯିବ ବୋଲି ସ୍ଥିରୀକୃତ ହୋଇଥିବା ଜଣାପଡିଛି। ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ଶିବପ୍ରସାଦ ଷଡଙ୍ଗୀ, ବିଜୟ କୁମାର ତ୍ରିପାଠୀ ଓ ଅନ୍ଯମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ଯ ପୂଜ୍ଯ ପୂଜାର ପରମ୍ପରାକୁ ବଜାୟ ରଖିବା ପାଇଁଁ ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ଯକ୍ରମ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS