BREAKING
Loading...
:

ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ

 ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ             



        ଖଣ୍ଡପଡ଼ା ୧୬|୮ (ମଣିଭଦ୍ରା ଖବର) ଖଣ୍ଡପଡ଼ାସ୍ଥିତ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ 'ଆସ ସ୍କୁଲ ଯିବା' ସଚେତନତା ପଦଯାତ୍ରା ଓ ସ୍ଵତନ୍ତ୍ର ଶିକ୍ଷକ-ଅଭିଭାବକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଅଧାରୁ ପାଠ ଛାଡୁଥିବା ପିଲାମାନେ ଓ ଆଦୌ ବିଦ୍ୟାଳୟକୁ ଆସୁନଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବାର ମହତ ଉଦ୍ଦେଶ୍ଯ ନେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡିଛି।ସଚେତନତା ପଦଯାତ୍ରା ଖଣ୍ଡପଡ଼ା ସହରର ବିଭିନ୍ନ ୱାର୍ଡ ପରିକ୍ରମା କରି ଜନସାଧାରଣଙ୍କୁ ଏ ସଂର୍ପକରେ ସଚେତନ କରିଥିଲା। ରାଜ୍ଯ ସରକାରଙ୍କ ୨୦୨୦ ଶିକ୍ଷା ନୀତି ଅନୁସାରେ ସମସ୍ତ ପିଲା ଯେପରି ଶିକ୍ଷା ଗ୍ରହଣ କରିବେ ସେଥିପ୍ରତି ଅଭିଭାବକଙ୍କ ଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ଗୁରୁ ଦାୟିତ୍ବ ରହିଛି। ସେଥିପ୍ରତି ସମସ୍ତେ ସଚେତନ ହେବାର ଲକ୍ଷ୍ଯ ନେଇ ଏଭଳି ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିବା ଜଣାଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିପ୍ସା ନନ୍ଦଙ୍କ ତତ୍ତ୍ବାବଧାନରେ ଶିକ୍ଷକ ବିଶ୍ଵମ୍ବର ପ୍ରଧାନ, ଅନିଲ କୁମାର ପ୍ରଧାନ ,ଶିକ୍ଷୟିତ୍ରୀ ରଶ୍ମିତା ନାୟକ, କବିତା ଜେନା ପ୍ରମୁଖଙ୍କ ଗହଣରେ  ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସଚେତନତା ପଦଯାତ୍ରାରେ ସାମିଲ ହୋଇଥିଲେ ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS