BREAKING
Loading...
:

ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଧୋଇଗଲା , ଗଜପତିର ଗ୍ରାମ୍ୟ ରାସ୍ତା, ଭିଜିଲାନ୍ସ ତଦନ୍ତ ଦାବି

 ମୋହନା  ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଧୋଇଗଲା , ଗଜପତିର ଗ୍ରାମ୍ୟ ରାସ୍ତା, ଭିଜିଲାନ୍ସ ତଦନ୍ତ ଦାବି        

 



ଗଜପତି :୧୮/୮(ମନୋଜ  ପାଢୀ)ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିଲା । ତେଣୁ ଗତ କିଛି ଦିନର ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମୋହନା ବ୍ଲକର କର୍ଚବାଡି ପଞ୍ଚାୟତ ଠାରୁ ବୁଡ଼ରିଙ୍ଗ ଦେଇ ଅନ୍ତରବା, ଚୁଡଙ୍ଗପୁର ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାଟି ସମ୍ପୂର୍ଣ ରୂପେ ଧୋଇ ହୋଇଯାଇଛି। ଏହି ରାସ୍ତା ନେଇ ଦଶ ଗୋଟିରୁ ଅଧିକ ଗ୍ରାମର ଲୋକେ ଯିବା ଆସିବା କରିଥାଆନ୍ତି। ନିମ୍ନମାନର କାମ ଯୋଗୁଁ ବର୍ଷା ପାଣିରେ ରାସ୍ତା ଧୋଇ କଦର୍ଯ୍ୟ ହୋଇପଡିଛି । ଯେଉଁ ରାସ୍ତା ଦେଇ ଲୋକେ ଯାତାୟତରେ ବହୁ ଦୁଃଖ କଷ୍ଟ ଭୋଗୁଛନ୍ତି । ଗତ କିଛି ମାସ ତଳେ ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା। କିଛି ଦିନ ପରେ ନିମ୍ନମାନର କାମ ଯୋଗୁଁ ଏହି ରାସ୍ତାରୁ ପିଚୁ ଉଠି ଯିବା ସହ ବର୍ଷାରେ ଧୋଇ ହୋଇଯାଇଛି । ଘଟଣା ନେଇ ଅଞ୍ଚଳବାସୀ ବାରମ୍ବାର ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇ ରାସ୍ତାର ପୁନଃ ନିର୍ମାଣ କରିବା ପାଇଁ ଗୁହାରି କଲେ ସୁଦ୍ଧା ବିଭାଗୀୟ ଅଧିକାରୀ   କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଅଞ୍ଚଳବାସୀ ଅସନ୍ତୋଷର ସହ ଅଭିଯୋଗ କରି ସମ୍ପୂକ୍ତ ରାସ୍ତା ନିର୍ମାଣ ନେଇ ଭିଜିଲାନ୍ସ ବିଭାଗ ତଦନ୍ତ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS