*ଓ.ଡ଼ି.ଏଫ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ*
ଛତ୍ରପୁର - ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର, ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟର ପେଣ୍ଠସ୍ଥଳ ବ୍ରହ୍ମପୁର ସହରର ଜ୍ୱଳନ୍ତ ସମସ୍ୟା ସହ ତିନୋଟି ପ୍ରମୁଖ ଦାବୀ ନେଇ,ଓଡ଼ିଶା ଡେଭେଲପମେଣ୍ଟ ଫୋରମ ତରଫରୁ ଏକ ପ୍ରତିନିଧି ଦଳ ନୂତନ ଭାବେ ଦାୟିତ୍ୱ ନେଇଥିବା ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l
ବ୍ରହ୍ମପୁର ବିମାନବନ୍ଦର କାମ ଦୀର୍ଘ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ କାମରେ ଶିଥିଳତା କାହିଁକି ହେଉଛି ଏବଂ ଆବଶ୍ୟକତା ଦୃଷ୍ଟିରୁ ତାକୁ ସବୁଦିନିଆ ଡୋମେଷ୍ଟିକ ଓ କାରଗୋ ବନ୍ଦରରେ ପରିଣତ କରିବା ପାଇଁ ସୁପାରିଶ କରିବାକୁ ନିବେଦନ କରିଥିଲେ l କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନେଶନାଲ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଉଟିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ NIPER ବ୍ରହ୍ମପୁରରେ ପ୍ରତିଷ୍ଠା ସହ ଜାତୀୟ ରାଜପଥର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଟ୍ରାଫିକ ସିଗନାଲ ବ୍ୟବସ୍ଥା କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l
ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ପ୍ରତିନିଧି ମଣ୍ଡଳୀରେ ସମ୍ପାଦକ ଭି.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ମାନସ ପାତ୍ର, ଆଦିତ୍ୟ ନାରାୟଣ ରଥ, ପ୍ରବୀଣ ପଟ୍ଟନାୟକ, ରମେଶ ସାହୁ,ଦେବବ୍ରତ ଦେଵ, କେଦାର ନାଥ ପଣ୍ଡା, ପ୍ରକାଶ ଭାଜନୀ,ମଧୁସୂଦନ ସାହୁ,ନିମାଇଁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق