BREAKING
Loading...
:

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

 ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ 

ଗଣିଆ ୨୬/୦୮(ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,ବିପିଏମ ଜ୍ଞାନ ଦର୍ଶନ ମିଶ୍ର, ଡାକ୍ତର ସୁଶ୍ରୀ ପ୍ରଭାତୀ ପ୍ରିୟଦର୍ଶିନୀ, ଡାକ୍ତର ପ୍ରଭାକର ଦାଶ,ରୋଗୀ କଲ୍ୟାଣ ସମିତିର ସମସ୍ତ ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ପୂର୍ବ ବିବରଣୀ ପଠନ କରାଯାଇଥିଲା ।  ମେଡିକାଲ ପରିସରରେ ଗୋଷ୍ଠୀ ଶୈଚାଳୟ ନଥିବାରୁ ଗୋଷ୍ଠୀ ଶୈଚାଳୟ ନିର୍ମାଣ କରିବାକୁ ବିଧାୟକ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଷ୍ଟାଫ୍ କ୍ୱାର୍ଟର ନଥିବାରୁ ଅଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ ପରିସରରେ ଗୋଟିଏ ବୋରି° ଖୋଳା ଯାଇଥିବାରୁ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଆଉ ଗୋଟିଏ ବୋରି° ଆବଶ୍ୟକ ହେଉଥିବା ବୈଠକରେ ଆଲୋଚନା ହୋଇଥିଲା । ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ କରିଥିବା ବେଳେ ଜନବସତି ଠାରୁ ଦୂର ସ୍ଥାନରେ ନିର୍ମାଣ କରିବାକୁ ସଦସ୍ୟମାନେ ଜଣାଇଥିଲେ । ରାସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଥିଲା । ଆୟୁଷ ଡ଼ାକ୍ତରଖାନାକୁ ରୋଗୀ ଆସୁଥିବା ବେଳେ ଔଷଧ ମିଳୁନଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା । ନିଦାନ ସମ୍ମୁଖରେ ଏକ ଅପେକ୍ଷା ସ୍ଥଳ ନିର୍ମାଣ କରିବାକୁ ସଭାରେ ଆଲୋଚନା ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଆବଶ୍ୟକ କାର୍ଯ୍ୟ ପାଇଁ  ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଥିଲେ ମଧ୍ୟ ତାହା ଚିଠିରେ ରହିଯାଇଥିବାରୁ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ।  କାୟାକଳ୍ପରେ ଗଣିଆ ବ୍ଳକ ରାଜ୍ୟରେ ୧୮ ନମ୍ବର ସ୍ଥାନରେ ରହିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆହାର କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବିଧାୟକ ଶ୍ରୀ ବେହେରା ମେଡିକାଲ ଓ୍ବାର୍ଡ ପରିଦର୍ଶନ କରି ରୋଗୀ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । 



ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS