BREAKING
Loading...
:

କଟକ ବୟାଳିଶ ମୌଜାରେ ତ୍ରିରଙ୍ଗା ଯାତ୍ରା

 କଟକ ବୟାଳିଶ ମୌଜାରେ ତ୍ରିରଙ୍ଗା ଯାତ୍ରା



ହଜାର ହଜାର ଲୋକଙ୍କ ଗହଣରେ ୧୦ କିଲୋମିଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ


ରାଷ୍ଟ୍ରୀୟ ଏକତାକୁ ସୁଦୃଢ କରିବାରେ ତ୍ରିରଙ୍ଗା ଶୋଭାଯାତ୍ରା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି- ମୁଖ୍ୟମନ୍ତ୍ରୀ



ଭୁବନେଶ୍ୱର



ଆଜି କଟକ ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବିଶାଳ ଶୋଭାଯାତ୍ରାରେ ଯାଇଥିଲେ।


ସୂଚନା ଯୋଗ୍ୟ ଯେ, ଦେଶବ୍ୟାପୀ ଚଳିତ ମାସରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। 


ବ୍ରହ୍ମପୁର ଛକଠାରୁ ଏକ ଖୋଲା ଜିପ୍‌ରେ ମୁଖ୍ୟମନ୍ତ୍ରୀ ହାତରେ ଜାତୀୟ ପତାକା ଧରି ଏହି ଶୋଭାଯାତ୍ରା ଆରମ୍ଭ କରିଥିଲେ। ଶହ ଶହ ବାଇକରେ ହାତରେ ଜାତୀୟ ପତାକା ସହ  ଭାରତ୍ ମାତା କି ଜୟ ଧ୍ୱନୀ କରି ଜନସାଧାରଣ  ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନେ ସ୍ଥାନେ ମହିଳାମାନେ   ପୁଷ୍ପ ଓ ଦୀପ ସହିତ  ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଓ ବନ୍ଦାପନା କରିଥିଲେ। 


ତ୍ରିରଙ୍ଗା ଶୋଭାଯାତ୍ରା ଶେଷରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତିରଖି କହିଥିଲେ ଯେ, ଆମ ଜାତୀୟ ପତାକା ତ୍ରିରଙ୍ଗା ହେଉଛି ଆମ ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଦେଶବ୍ୟାପୀ ପୁରପଲ୍ଲୀରେ ମଧ୍ୟ ଏହି ଶୋଭାଯାତ୍ରା  ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଜାତୀୟ ପତାକାକୁ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା । ଏହା ରାଷ୍ଟ୍ରଭକ୍ତି ପାଇଁ ଏକ ସଚେତନତା ଅଭିଯାନ। ଏହି ଶୋଭାଯାତ୍ରା ଆମ ଦେଶର ରାଷ୍ଟ୍ରୀୟ ଏକତା ବୃଦ୍ଧି କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 


ଏହି ଶୋଭାଯାତ୍ରାରେ କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ହଜାର ହଜାର ଜନ ସାଧାରଣ ଯୋଗ ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS