BREAKING
Loading...
:

ଅନାବନା ଗଛଲତାରେ ପୋତି ହୋଇ ପଡିଛି ଡ୍ରେନ ,ଜଳ ନିଷ୍କାସନ ବନ୍ଦକୁ ନେଇ ଅସନ୍ତୋଷ

 ଅନାବନା ଗଛଲତାରେ ପୋତି ହୋଇ ପଡିଛି ଡ୍ରେନ ,ଜଳ ନିଷ୍କାସନ ବନ୍ଦକୁ ନେଇ ଅସନ୍ତୋଷ               



  ଖଣ୍ଡପଡ଼ା  (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ଗଳିକନ୍ଦି ଓ ମୁଖ୍ଯ ରାସ୍ତା ପାର୍ଶରେ ଅବସ୍ଥିତ ଡ୍ରେନ ଗୁଡ଼ିକ ଦିର୍ଘ ଦିନ ଧରି ଅଳିଆ,ଆବର୍ଜନା ଓ ଅନାବନା ଗଛଲତାରେ ପୋତିହୋଇ ପଡି ରହିଛି। ଫଳରେ ବର୍ଷାଜଳ ଓ ଆବର୍ଜନା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ବର୍ଷାଦିନ ପୂର୍ବରୁ ଏନଏସି କର୍ତ୍ତୃପକ୍ଷ ଡ୍ରେନ ଗୁଡିକ ସଫା କରିବା ଦିଗରେ ଦୃଷ୍ଟି ଦେଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି।ଅପରପକ୍ଷେ ସହରର ଅଧିକାଂଶ ବ୍ଯକ୍ତି ବାସଗୃହ ଓ ଶୌଚାଳୟର ଆବର୍ଜନା ଜଳ ଡ୍ରେନକୁ ଛାଡୁଥିବାରୁ ବିଭିନ୍ନ ସ୍ଥାନରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ବାରମ୍ବାର ଦାବି ସତ୍ତ୍ବେ ମଧ୍ଯ ଡ୍ରେନେଜ ସମସ୍ୟାର ସମାଧାନ ଦିଗରେ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ନଦେଇ ନୀରବଦ୍ରଷ୍ଟା ସାଜିଥିବାରୁ ସହରବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।ଖଣ୍ଡପଡ଼ା ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଓ ଅଧ୍ଯକ୍ଷା ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।ସେହିପରି ଖୋଲାମେଲାରେ ଥିବା ଡ୍ରେନ ଗୁଡ଼ିକ ଉପରେ ସିମେଣ୍ଟ କଂକ୍ରିଟ ସ୍ଲାବ ପକାଇବାକୁ ସହରବାସୀ ଦାବି କରିଛନ୍ତି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS