BREAKING
Loading...
:

ରାସ୍ତା କାମ ନିମ୍ନମାନର ଅଭିଯୋଗ

ରାସ୍ତା କାମ ନିମ୍ନମାନର ଅଭିଯୋଗ 



 ଗରଦପୁର - ରାଜ୍ୟବ୍ୟାପୀ ଗ୍ରାମାଞ୍ଚଳର ଲୋକମାନଙ୍କ ଗମନାଗମନ କୁ ସୁଗମ କରିବା ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷ ମାନଙ୍କରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଇବା ସହ ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ର ଶୁଭାରମ୍ଭ କରାଇଆସୁଛନ୍ତି  | ହେଲେ କିଛି ଲୋଭାଳୁ ଓ ସ୍ୱାର୍ଥବାଦୀ ଠିକାଦାର ଙ୍କ ଲୋଲୁପ ଦୃଷ୍ଟି ସେହି ଉନ୍ନତିମୂଳକ କାର୍ଯ୍ଯ ଉପରେ ପଡୁଥିବା ହେତୁ ସେଥି ମଧ୍ୟରୁ କିଛି କାର୍ଯ୍ୟ ଗୁଡିକୁ ଅତ୍ୟନ୍ତ ନିମ୍ନ ମାନର କରାଯାଉଥିବା ଦେଖିବାକୁ ମିଳୁଛି l କେଉଁଠି ପୁରୁଣା ରାସ୍ତା ମରାମତି ନାଁରେ ପିଚୁ ଉପରେ ପିଚୁ ତ ଆଉ କେଉଁଠି ଢଳାଇ ଉପରେ ଢଳାଇ ପକାଇ ଠିକାଦାର ମାନେ ବିଭାଗୀୟ ଅଧିକାରୀ ଙ୍କ ସହ ମିଲିଭଗତ ଜରିଆରେ କୋଟି କୋଟି ଟଙ୍କା ହରିଲୁଟ କରୁଥିବା ଥିବାର ନଜିର ବିଗତ ଦିନରେ ଦେଖିବାକୁ ମିଳିଥିବା ବେଳେ ଏବେ ଏକ ସଂଗୀନ ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରୁ ଆସିଛି l କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ର ତିନି ଗୋଟି ବ୍ଲକ ମଧ୍ୟରୁ ଗରଦପୁର ବ୍ଲକ ସଦାବେଳେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଆସୁଥିବା ବେଳେସେହି ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ର ନୂଆପଡା, ପାଇଲୋ, ଦଳୁଆଣି  ଭାୟା ଗୋତ୍ରିବିଲ ଠାରୁ କିଣିଲୋ ପର୍ୟ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ କରାଯାଉଥିବା କାର୍ଯ୍ଯ ଟିକୁ ଅତ୍ୟନ୍ତ ନିମ୍ନ ମାନର କରାଯାଉଥିବା ର ଅଭିଯୋଗ ଉଠାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ l କାର୍ଯ୍ୟ ସ୍ଥଳରେ କାର୍ଯ୍ୟଦ୍ଧେଶ ପାଇଥିବା ଠିକାଦାର ଙ୍କ ନାମ ଏବଂ କାର୍ଯ୍ୟ ର ବ୍ୟୟ ଅଟକଳ ମୂଲ୍ୟ ଓ କାର୍ଯ୍ୟ କରାଯିବାର ପଦ୍ଧତି ସମ୍ବଦ୍ଧିୟ କୌଣସି ଫଳକ ନ ଲଗାଯିବା ଫଳରେ କାର୍ଯ୍ୟ ସମ୍ବଦ୍ଧରେ କୌଣସି ସୂଚନା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପାଇ ପାରୁନଥିବା ବେଳେ ଉକ୍ତ କାର୍ଯ୍ୟଟିକୁ କିଛି ଦିନ ହେବ ଠିକାଦାର ମହାଶୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି  | ମାତ୍ର କିଛି ବର୍ଷ ପୂର୍ବେ ଗଢ଼ା ଯାଇଥିବା ପୁରୁଣା ଢଳାଇ ଉପରେ ଢଳାଇ ପକାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭାଗୀୟ ଯନ୍ତ୍ରୀ ଙ୍କ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବା ଜଣାପଡିଛି  | କେବେ କେବେ ଯଦି କିଛି ସମୟ ପାଇଁ ଯନ୍ତ୍ରୀ ମହାଶୟ କାର୍ଯ୍ୟସ୍ଥଳ କୁ ଆସୁଛନ୍ତି ଏବଂ ଯଦି ସାଧାରଣ ଗ୍ରାମବାସୀ ଙ୍କ ମଧ୍ୟରୁ କେହି ଉକ୍ତ କାର୍ଯ୍ୟ ବାବଦରେ କିଛି ପ୍ରଶ୍ନ କରୁଛନ୍ତି ତ ବାବୁ ଜଣଙ୍କ ଉତ୍ତର ରଖିବା ପରିବର୍ତ୍ତେ ସିଧା ଛୁ ମାରୁଛନ୍ତି  | କାର୍ଯ୍ୟଟିକୁ ଆଗକୁ ଆଗେଇ ନେବା ପୂର୍ବରୁ ଯଦି ଏନେଇ ସାଧାରଣ ଲୋକଙ୍କୁ କାର୍ଯ୍ୟ ସମ୍ବଦ୍ଧରେ ଅବଗତ ନକରାଯାଏ ତ ପ୍ରଥମେ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ମହାମଞ୍ଚ ପକ୍ଷରୁ କେନ୍ଦ୍ରାପଡ଼ାର ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟରେ ଅଭିଯୋଗ କରାଯିବ ଏବଂ ଯଦି କାର୍ଯ୍ୟ ସମ୍ବଦ୍ଧରେ କୌଣସି ସୂଚନା ନମିଳେ ତ  ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ସହ ଧାରଣା ଦିଆଯିବାର ଚେତାବନୀ ଦେଇଛନ୍ତି  | ଖବର ନେବାରୁ ଜଣା ପଡିଛି ପୁରୁଣା ଢଳାଇ ରାସ୍ତା ଟି ସ୍ଥାନେ ସ୍ଥାନେ କ୍ଷୟ କ୍ଷତି ହେବା ପରେ ଉକ୍ତ କାର୍ଯ୍ୟ ମାଧ୍ୟମରେ ସେହି ରାସ୍ତା ଟିକୁ ଦୀର୍ଘସ୍ଥାୟୀ କରାଇବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭାଗୀୟ ଅଧିକାରୀ ଯୋଜନା କରିଥିବା ବେଳେ , କାର୍ଯ୍ୟାଦ୍ଧେଶ ପାଇଥିବା ଠିକାଦାର ଜଣଙ୍କ ଗରଦପୁର ଅଞ୍ଚଳର ହୋଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଙ୍କୁ କୌଣସି ପ୍ରକାରରେ ବଶୀଭୂତ କରିବା ସହ କିଛି ସ୍ଥାନୀୟ ଖଳ ପ୍ରକୃତିର ଲୋକ ମାନଙ୍କୁ ପ୍ରଲୋଭନ ଦେଖାଇ ମୁହଁ ବନ୍ଦ କରିରଖି ଥିବାରୁ ବିରୋଧାଭାସ ହେଉ ନଥିଲା  | ହେଲେ କିଛି ସଚେତନ ନାଗରିକ ଓ ଆଜିକାଲି ର ଶିକ୍ଷିତ ଯୁବପିଢ଼ି ଠିକାଦାର ଙ୍କ ଏତାଦୃଶ କାର୍ଯ୍ୟ କୁ ନାପସନ୍ଦ କରିବା ସହ ଏହାକୁ ବିରୋଧ କରିବା ପାଇଁ ଆଗକୁ ଆସିଥିବା ବେଳେ ଖବର ପ୍ରସାରଣ ପରେ ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ଅପଲକ ନୟନରେ ଚାହିଁ ବସିଛନ୍ତି ପଦ୍ମପୁର ପଞ୍ଚାୟତ ର ସଚେତନ ନାଗରିକ ମାନେ  |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS