BREAKING
Loading...
:

ଚଢା ଦରରେ ବିକ୍ରୀ ହେଉଛି ସାର ଓ କୀଟନାଶକ ଔଷଧ, ପ୍ରଶାସନର ଦୃଷ୍ଟି ପଡୁ

 ଚଢା ଦରରେ ବିକ୍ରୀ ହେଉଛି ସାର ଓ କୀଟନାଶକ ଔଷଧ, ପ୍ରଶାସନର ଦୃଷ୍ଟି ପଡୁ



ଖଣ୍ଡପଡ଼ା ୧୪ | ୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ପାଇଁ ଅନେକ  କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି। ମାତ୍ର ତୃଣମୂଳସ୍ତରରେ ଯୋଜନା ଗୁଡିକର ସଫଳ ରୁପାୟନ ହୋଇ ପାରୁ ନଥିବାରୁ ଖଣ୍ଡପଡ଼ା ଅଞ୍ଚଳର  ଚାଷୀମାନେ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି।ରାଜ୍ଯ  ସରକାର ସେବା ସମବାୟ ସମିତି କାର୍ଯ୍ଯାଳୟ ଜରିଆରେ ଚାଷୀମାନଙ୍କୁ ବିହନ,ସାର ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ହେଁ ତାହା ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଶହଶହ  ଚାଷୀମାନଙ୍କ ନିମନ୍ତେ ଯଥେଷ୍ଟ  ନୁହେଁ ବୋଲି ଜଣାପଡିଛି। ଏ ଅଞ୍ଚଳର ଚାଷୀମାନେ ଏବେ ଖୋଲା ବଜାରରୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ସାର ଓ କୀଟନାଶକ ଔଷଧ କିଣି ଚାଷ ଜମିରେ ବ୍ୟବହାର କରୁଥିବା ଜଣାପଡିଛି।ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳର କିଛି ମୁନାଫାଖୋର      ଅସାଧୁ ବ୍ୟବସାୟୀ ଚାଷୀମାନଙ୍କୁ ଚଢା ଦରରେ କୀଟନାଶକ ଔଷଧ ଓ ସାର  ବିକ୍ରୀ କରି ମାଲାମାଲ ହେଉଥିବା ବେଳେ ଗରିବ ବର୍ଗର ଚାଷୀମାନେ ଶୋଷଣର ଶିକାର  ହେଉଥିବା ଜଣାପଡିଛି।ଏପରି ସ୍ଥିତିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ କୃଷି ବିଭାଗର ନୀରବତାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।  ତେଣୁ ଜିଲ୍ଲା କୃଷି ବିଭାଗ ଅଧିକାରୀ ଏ ଦିଗରେ ଦୃଷ୍ଟିଦେଇ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ବିଭିନ୍ନ ସାର ଓ କୀଟନାଶକ ଔଷଧ ଯୋଗାଇ ଦେବାକୁ  ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।ସେହିପରି ଗାଁ ଗାଁ ରେ  ସାର ଓ କୀଟନାଶକ ଔଷଧ ଚଢାଦାମରେ 

ବିକ୍ରୀ କରି ଚାଷୀମାନଙ୍କୁ ଲୁଟୁଥିବା ଅସାଧୁ ବ୍ୟକ୍ତି ଓ ବ୍ୟବସାୟୀମାନଙ୍କ କାର୍ଯ୍ଯକଳାପ ପ୍ରତି ପ୍ରଶାସନ ଦୃଷ୍ଟିଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।ଖଣ୍ଡପଡ଼ା ଅଞ୍ଚଳର  ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟସରକାର କୃଷି ବିଭାଗ ଜରିଆରେ ନତୁବା ପୁର୍ନବାର  ସେବା ସମବାୟ ସମିତି ଗୁଡିକ ଜରିଆରେ ଆବଶ୍ୟକ ପରିମାଣର ସାର ଓ କୀଟନାଶକ ଔଷଧ ଯୋଗାଇ ଦେବାକୁ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS