BREAKING
Loading...
:

ବେଲଗୁଣ୍ଠାରେ ଦ୍ୱିତୀୟ ପର୍ଯ୍ୟାୟ ନିଷ୍ଠା ତାଲିମ୍ ଶିବିର

 ବେଲଗୁଣ୍ଠାରେ ଦ୍ୱିତୀୟ ପର୍ଯ୍ୟାୟ ନିଷ୍ଠା ତାଲିମ୍ ଶିବିର



ବେଲଗୁଣ୍ଠା (ମଣିଭଦ୍ରା ଖବର) ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ନିଷ୍ଠା ଏବଂ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କିତ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ତାଲିମ୍ ର ପ୍ରଥମ ପର୍ଯ୍ୟାୟ ବ୍ଳକ୍ ର ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳ ଠାରେ ସମାପନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବ୍ଳକ୍  ଗୋବରା ନିକଟସ୍ଥ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି I ଏହି ତାଲିମ୍ ଶିବିରକୁ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ୍ ଚନ୍ଦ୍ର ପାଢୀ ଉଦ୍ଘାଟନ କରିଛନ୍ତି I ଏହି ଶିବିରରେ ସମ୍ବଳ ପ୍ରଶିକ୍ଷକ ଭାବେ ସିଆରସିସି ଛାୟାକାନ୍ତ ମହାପାତ୍ର,ଶିକ୍ଷକ ସୀମାଞ୍ଚଳ ସେଠୀ, ଶିକ୍ଷୟିତ୍ରୀ ରେଣୁପ୍ରଭା ଦାସ,ଉର୍ମିଳା ପାଳ ଏବଂ ସୁମିତ୍ରା ଜେନା ବ୍ଲକ୍ ର ୫୨ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଷ୍ଠା ସମ୍ପର୍କିତ ତାଲିମ୍ ପ୍ରଦାନ କରୁଛନ୍ତି I ଏହି ତାଲିମ୍ ଶିବିରରେ  ବିବିଧତାପୂର୍ଣ୍ଣ ଅନ୍ତର୍ନିବେଶୀ ଶ୍ରେଣୀ କକ୍ଷ ,ଭିନ୍ନକ୍ଷମ ବିଭାଗୀକରଣ,ପ୍ରଶସ୍ଥ ଆପ୍, ସାର୍ବଜନୀନ ଶିକ୍ଷଣ ଢ଼ାଞ୍ଚା,ପାଠ୍ୟକ୍ରମ ଅନୁକୂଳନ ରୂପାନ୍ତରଣ, ଅନ୍ତର୍ନିବେଶୀ ଶିକ୍ଷଣରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ପରିବେଶ୍ ,ଭାଷା, ଗଣିତ ଶିକ୍ଷଣ, ଅନ୍ତର୍ନିବେଶୀ ଶିକ୍ଷଣରେ ଶିକ୍ଷକ ମାନଙ୍କର ଆକଳନ ଆଦି ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥ ଶିବିର ପରିଦର୍ଶନ କରିବା ସହ ତାଲିମ୍ ବିଷୟକୁ ଶ୍ରେଣୀ ଶିକ୍ଷଣରେ ସଫଳ ରୂପାୟନ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି I ସ୍ଥାନୀୟ ସିଆରସିସି ହରେକୃଷ୍ଣ ଶତପଥି ଏବଂ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼ଙ୍କ ସମେତ ବିଦ୍ୟାଳୟର କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS