ପତ୍ରପଡା ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତି : ୩୦ ରୁ ଉର୍ଦ୍ଧ ଆକ୍ରାନ୍ତ
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପତ୍ରପଡା ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ୩୦ ରୁ ଉର୍ଦ୍ଧ ଛାତ୍ର, ଛାତ୍ରୀ ଆକ୍ରାନ୍ତ। ସମସ୍ତ ଆକ୍ରାନ୍ତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି l ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଆନନ୍ଦପୁର ସ୍ଥାନାନ୍ତର କରାଯାଇଥିବା ନେଇ ମିଳିଥିବା ସୂଚନାରୁ ଜଣାପଡିଛି l
ଗୁରୁତର ଦୁଇ ଛାତ୍ରୀ ହେଲେ ସ୍ଵର୍ଣ୍ଣଲତା ଡାଙ୍ଗିଲ ଓ ଚାନ୍ଦିନୀ ହୋ । ସେହିପରି ଅନ୍ୟ ଆକ୍ରାନ୍ତ ମଙ୍ଗୁଳୁ ସୟ, ଶୁଭଶ୍ରୀ ମଢେଇ,ଦେଓଲା ମାରାଣ୍ଡି,କାଇରି କାଲୁଣ୍ଡିଆ , ଲକ୍ଷ୍ମୀରାଣୀ ହାଇଵୁରୁ, ପ୍ରତାପ ହୋ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ
ଖବରପାଇ ଠାକୁରମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନେଶ୍ଵର ବେହେରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାକେଶ ରଞ୍ଜନ ଦାସ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ପହଞ୍ଚି ଆକ୍ରାନ୍ତ ଛାତ୍ର ଛାତ୍ରୀ ମାନଙ୍କ ଚିକିତ୍ସା ଖବର ପଚାରି ବୁଝିଛନ୍ତି l ମାତ୍ର କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଲା ତାର କାରଣ ଅନୁସନ୍ଧାନ କରାଯାଉଥିବା ଜଣାପଡିଛି l ଅନ୍ୟପଟେ ଖାଦ୍ୟ ଓ ପିଇବା ପାଣି ପାଇଁ ଝାଡ଼ାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ତେବେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ସ୍କୁଲ ପରିସରରେ ପହଞ୍ଚି ଅନୁଧ୍ୟାନ କରୁଥିବା ଜଣାପଡିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق