BREAKING
Loading...
:

ଚଳିତ ବର୍ଷ ମହାନଦୀ ର ପ୍ରଥମ ବନ୍ୟାଜଳ ରେ ପ୍ରଭାବିତ ମହାନଦୀର ତଳମୁଣ୍ଡରେ ବସବାସ କରୁଥିବା ମୁଣ୍ଡାରୀ,ବାଙ୍କୀ,କଟକ,ଆଠଗଡ଼ ବାସୀ।

 ଚଳିତ ବର୍ଷ ମହାନଦୀ ର ପ୍ରଥମ ବନ୍ୟାଜଳ ରେ ପ୍ରଭାବିତ ମହାନଦୀର ତଳମୁଣ୍ଡରେ ବସବାସ କରୁଥିବା ମୁଣ୍ଡାରୀ,ବାଙ୍କୀ,କଟକ,ଆଠଗଡ଼ ବାସୀ।



ରାଜ୍ୟ ସରକାର ତଥା କଟକ ଜିଲ୍ଲା ପ୍ରଶାସନ ତରଫରୁ ସତର୍କ ସୂଚନା ଜାରୀ।


ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଵେଳେ ଜନ ସାଧାରଣ ମାନଙ୍କୁ ନଦୀଗର୍ଭ କୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଵାରଣ। ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କରାଯାଉଛି ଅନୁରୋଧ।


ମୁଣ୍ଡଳୀ ବ୍ରିଜ୍ ରେ ବନ୍ୟା ଜଳ ଦେଖିବା ପାଇଁ ଲୋକ ଜମାଇଲେଣି ଭିଡ଼ ଏପଟେ ତଳମୁଣ୍ଡରେ ଭାସି ଗଲାଣି କାହାର ଘର ଦ୍ଵାର

        ହୀରାକୁଦ ରୁ କୋଡ଼ିଏ ଟି ସୁଇସ୍ ଗେଟ୍ ଖୋଲା ଯିବା ପରେ ଗତ କାଲି ସକାଳ ସୁଦ୍ଧା ୮୪ ହଜାର କ୍ୟୁସେକ ଜଳ ମୁଣ୍ଡଳୀ ବ୍ରିଜ୍ ଦେଇ ପ୍ରବାହିତ ହୋଇ ଥିବା ବେଳେ ବର୍ତମାନ ୪ଲକ୍ଷ ରୁ ଉର୍ଦ୍ଧ୍ୱ କ୍ୟୂସେକ୍ ଜଳ ପ୍ରବାହିତ ହେଉଥିବାର ସୂଚନା ମିଳୁଛି।ଏଥି ସହିତ ତେଲ ନଦୀ ର ବନ୍ୟାଜଳ ମଧ୍ୟ ମହାନଦୀ ରେ ପ୍ରବେଶ କରିଵା ପରେ ବିପଦ ସଂକେତ ସତାଆଶୀ ଦଶମିକ ପାଞ୍ଚ ଫୁଟ୍ ଥିବା ବେଳେ ଜଳ ସ୍ତର ଚଉରାଅଶୀ ଦଶମିକ ତିନି ଫୁଟ ରହିଛି।

         ବନ୍ୟାଜଳ ଦେଖିବା ପାଇଁ ଆଖି ପାଖ ଅଞ୍ଚଳରୁ ଲୋକ ମାନେ ତଥା ବ୍ରିଜ ଦେଇ ଯାଉଥିଵା ପଥିକ ମାନେ ରାସ୍ତା ଜାମ୍ କରୁଥିଲା ବେଳେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେବା ସହିତ ବ୍ରିଜ୍ ଦୁର୍ବଳ ହେବା କାରଣରୁ ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଭୟ ସଂଚାର କରୁଥିବା ବେଳେ ଠିକାଦାର ମାନଙ୍କର କାମଚଳା ପଦକ୍ଷେପ କୁ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ବ୍ରିଜ ର ସୁରକ୍ଷା ନିମିତ ପୁନଃ ନିର୍ମାଣ ପାଇଁ ଅନୁରୋଧ ରଖିଵା ସହିତ ବନ୍ୟା ପ୍ରଭାବିତଙ୍କୁ ଥଇଥାନ ଓ ସୁରକ୍ଷା ଦେବାପାଇଁ ମଧ୍ୟ ଅନୁରୋଧ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS