BREAKING
Loading...
:

୨ ବର୍ଷ ବିତିଲା ,ଶିଳାନ୍ୟାସରେ ଅଟକିଛି ଏନ୍ଏସି କାର୍ଯ୍ୟାଳୟ କୋଠା ନିର୍ମାଣ

 ୨ ବର୍ଷ ବିତିଲା ,ଶିଳାନ୍ୟାସରେ ଅଟକିଛି ଏନ୍ଏସି କାର୍ଯ୍ୟାଳୟ କୋଠା ନିର୍ମାଣ



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ସରକାରୀ ଜାଗାରେ ଏନ୍‌ଏସି କାର୍ଯ୍ୟାଳଯର ନୂତନ କୋଠା ନିର୍ମାଣ ପାଇଁ ଗତ ୨୦୨୩ ମେ ୨୪ ରେ ଶିଳାନ୍ୟାସ କରାଯାଇଥିଲା। ଶିଳାନ୍ୟାସକୁ ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ହେଁ  ଏନ୍ଏସି କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ।ପ୍ରଶାସନିକ ସ୍ଥାଣୁତା ଯୋଗୁଁ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ଆଗେଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନାଯୋଗ୍ଯ ଖଣ୍ଡପଡ଼ା ସହରର ଡାକ୍ତରଖାନା ଛକରେ ୩୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏନଏସି କାର୍ଯ୍ୟାଳୟଟି କାର୍ଯ୍ୟ କରୁଥିଲେ ହେଁ ସମୟାନୁକ୍ରମେ ସ୍ଥାନର ଅଭାବ ଯୋଗୁଁ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏନଏସି କାର୍ଯ୍ୟାଳୟ ପାର୍ଶ୍ବସ୍ଥିତ ୨ଟି କ୍ୟାବିନ ଗୃହରେ ଆହାର କେନ୍ଦ୍ରଟି କାମଚଳ  ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।ସେହିପରି ଏନ୍‌ଏସି କାର୍ଯ୍ୟାଳୟରେ ବେଳକୁ ବେଳ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆବଶ୍ୟକ ସ୍ଥାନ ଅଭାବରୁ  ଦୈନନ୍ଦିନ କାର୍ଯ୍ଯ ତୁଲାଇବାରେ ସମସ୍ୟା ସୃଷ୍ଟି ହେଉଛି। କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ସ୍ଥାନରେ ଏନଏସି କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ନିମନ୍ତେ ଶିଳାନ୍ୟାସ କରା ଯାଇଥିବା ବେଳେ ତୁରନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ଆରମ୍ଭ କରିବାକୁ ସହରବାସୀ ଦାବି କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଖଣ୍ଡପଡ଼ା ଏନ୍ଏସି କାର୍ଯ୍ଯନିର୍ବାହୀ ଅଧୂକାରୀ ଓ ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରୁ ଦାବି ହେଉଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS