BREAKING
Loading...
:

ମହିଳା ମହାବିଦ୍ୟାଳୟର ନୂତନ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

 ମହିଳା ମହାବିଦ୍ୟାଳୟର ନୂତନ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ 



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ନବାଗତ +୨ ପ୍ରଥମ ବର୍ଷର କଳା ଛାତ୍ରୀମାନଙ୍କ ଉଦେଶ୍ୟରେ ସ୍ୱାଗତ ,ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ  କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ସ୍ମିତାଶେଫାଳି ମହାପାତ୍ର ପୌରହିତ୍ୟ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ଅଧ୍ୟାପିକା କୃଷ୍ଣପ୍ରିୟା ମହାନ୍ତି ଅନୁଷ୍ଠାନର ନୀତି ନିୟମ ଓ ସୁବିଧା, ଅସୁବିଧା ସମ୍ପର୍କରେ ଛାତ୍ରୀମାନଙ୍କୁ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପକ ବିରଞ୍ଚି କୁମାର ମହାରଣା, ଅଧ୍ୟାପିକା ଜାହ୍ନବୀ ପଟ୍ଟନାୟକ, ତୃପ୍ତିପ୍ରିୟା ସେଠୀ, ଅଧ୍ୟାପକ ଡ଼ ଅଜିତ ବସନ୍ତରାୟ ଓ ଅନ୍ୟମାନେ ନବାଗତ ଛାତ୍ରୀମାନଙ୍କୁ ବିଭିନ୍ନ  ବିଷୟରେ ପରାମର୍ଶ  ଦେବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ଯତ ନେଇ ମାର୍ଗ ଦର୍ଶନ କରିଥିଲେ। ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ  ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପଭୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS