BREAKING
Loading...
:

କଳାକାରମାନେ ସମାଜ ସଂସ୍କାରକ ହେତୁ ଆବଜ୍ଞାର ପାତ୍ର ନୁହଁ : ବରିଷ୍ଠ କଳାକାର ସଂଘ

 କଳାକାରମାନେ ସମାଜ ସଂସ୍କାରକ ହେତୁ ଆବଜ୍ଞାର ପାତ୍ର ନୁହଁ : ବରିଷ୍ଠ କଳାକାର ସଂଘ 



ବ୍ରହ୍ମପୁର (ମଣିଭଦ୍ରା ଖବର) 

          କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ପବିତ୍ର ଆନ୍ତର୍ଜାତୀୟ କଳାକାର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ପଣ୍ଡିତ ବିଶ୍ୱନାଥ ଶତପଥୀ, ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଅଭିରାମ ରାଉଳ, ବରିଷ୍ଠ ପାରାୟଣବିତ୍ ବଳଦେବ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସରକାରୀ କଳ ହେଉ ଅବା ସାମାଜିକ ସ୍ତର ହେଉ ପ୍ରତିଟି କ୍ଷେତ୍ରରେ ତାକୁ ଉଚିତ ସମ୍ମାନ ଦେଲେ ସମାଜର ମଙ୍ଗଳ ସାଧିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ କ୍ରମରେ କଳାକାର ଦିବସ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ବ୍ୟକ୍ତ କରିବା ସହ ଜଗତ୍କଲ୍ୟାଣ କାମନା କରିଥିଲେ। ଏହି ଅବସରରେ ଦାସକାଠିଆ, ବିଭିନ୍ନ ଯନ୍ତ୍ରସଂଗୀତ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ମହେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ବିଜୟ କୁମାର ସାହୁ, କୁନୁ ବେହେରା, ଭଗବାନ ପାତ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS