BREAKING
Loading...
:

ଗୁରାଣ୍ଡି ପୋଲିସ ଥାନା ଅଂଚଳରେ ସଫେଇ ଆଳରେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ ନେଇ ଫେରାର ।

 ଗୁରାଣ୍ଡି ପୋଲିସ ଥାନା ଅଂଚଳରେ ସଫେଇ ଆଳରେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ ନେଇ ଫେରାର  ।

ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲାରେ ସଫେଇ କରିବା ଆଳରେ 3 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇ ଥିବା ସୂଚନା ମିଳିଛି. ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମରେ। ଦୁର୍ବୃତ୍ତ ଜଣକ ଗୁରାଣ୍ଡି ଗ୍ରାମର ପି.ଧନଲକ୍ଷ୍ମୀଙ୍କ ଘରକୁ ଯାଇ ସୁନା ଓ ରୂପା ସଫା କରିବାକୁ କହିଥିଲା I ଧନଲକ୍ଷ୍ମୀ ପ୍ରଥମେ ରୁପା ପାଉଁଜି ସଫା କରିବାକୁ ଦେଇଥିଲେ।

ଦୁର୍ବୃତ୍ତ ଜଣକ ବିଶ୍ଵାସ ଜନ୍ମାଇବା ଆଳରେ ରୁପା ପାଉଁଜିଟିକୁ ସଫା କରି ଦେଖାଇଥିଲା। ପରେ ଧନଲକ୍ଷ୍ମୀ ନିଜ ବେକରେ ପିନ୍ଧିଥିବା ସାଢ଼େ ଦୁଇ ତୋଳା ଓଜନର ସୁନା ଅଳଙ୍କାରକୁ ସଫା କରିବାକୁ ଦେଇଥିଲେ। ଦୁର୍ବୃତ୍ତ ଜଣକ ସୁନା ଚେନକୁ ନିଜ ପାଖରେ ରଖିଥ‌ିବା ଏକ ଗେରୁ ମାଟି ଜରି ପକେଟରେ ପକାଇ ଦେଇଥିଲା। ୧୫ ମିନିଟ ପରେ ଏହି ପକେଟ୍‌ରୁ ଚେନ ବାହାର କର ସୁନା ସଫା ହୋଇ ଚକ୍‌କ୍ଚକ୍ ଦେଖାଦେବ କହି ଘଟଣାସ୍ଥଳରୁ ଧରି ଆସିଥିବା ବାଇକ୍‌ରେ ଚମ୍ପଟ ମାରିଥିଲା । ୧୫ ମିନିଟ ପରେ ଧନଲକ୍ଷ୍ମୀ ଦୁର୍ବୃତ୍ତ ଦେଇଥିବା ପକେଟ୍‌ରୁ ନିଜ ସୁନା ଚେନ୍‌କୁ ବାହାର କରି ଦେଖିବା ବେଳେକୁ ତାହା ନକଲି ଚେନ୍ ଥିଲା । ଏପରି ଦେଖ୍ ଧନଲକ୍ଷ୍ମୀଙ୍କ ମୁଣ୍ଡ କାମ କରି ନ ଥିଲା I ତୁରନ୍ତ ନିକଟରେ ଥିବା ଗୁରାଣ୍ଡି ଥାନାକୁ ଯାଇ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ସଦଳବଳ ଖୋଜାଖୋଜି କରିଥିଲେ ମଧ୍ୟ ଦୁର୍ବୃତ୍ତ ଜଣକର ପତ୍ତା ପାଇନଥିଲେ । ଦୁର୍ବୃତ୍ତ ଜଣକ ଏକ ଲାଲ ରଙ୍ଗର ପଲସର ବାଇକରେ ଆସିଥିଲେ. ସେ ମଧ୍ୟ ଏକ ଲାଲ ରଙ୍ଗର ସାର୍ଟ ପରିଧାନ କରିଥିଲେ ବୋଲି ଧନଲକ୍ଷ୍ମୀ କହିଛନ୍ତି। ପୋଲିସ ଘଟଣା ନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS