BREAKING
Loading...
:

ମା ଉମାଦେବୀଙ୍କ ମନ୍ଦିର ସମ୍ମୁଖ ମଣ୍ଡପ ମରାମତି ଦାବି

 ମା ଉମାଦେବୀଙ୍କ ମନ୍ଦିର ସମ୍ମୁଖ ମଣ୍ଡପ ମରାମତି ଦାବି



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡା ସହରର ଏକ ପ୍ରାଚୀନ ଶକ୍ତିପୀଠ ଭାବେ ପରିଚିତ ମା’ଉମାଦେବୀଙ୍କ ପୀଠ। ଏହି ପୀଠରେ ବର୍ଷତମାମ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନାରେ ମନ୍ଦିର ପରିସରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲା। ମାତ୍ର ମା ଉମାଦେବୀଙ୍କ ମନ୍ଦିର ସମ୍ମୁଖସ୍ଥ ମଣ୍ଡପ ଛାତର କିଛି ଅଂଶରୁ ସିମେଣ୍ଟ କଂକ୍ରିଟ ଖସି ପଡିଥିବାରୁ ଉକ୍ତ ସ୍ଥାନଟି ବିପଦସଙ୍କୁଳ ଅବସ୍ଥାରେ ତଳକୁ ଝୁଲି ରହିଥ‌ିବା ଦେଖିବାକୁ ମିଳିଛି। ଉକ୍ତ ମଣ୍ଡପର  ଉପର ପାର୍ଶ୍ଵରୁ ସିମେଣ୍ଟ କଂକ୍ରିଟ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ତଳେ ଖସି ପଡୁଥିବା ବେଳେ ଛାତର ବାହାରକୁ ଲୁହାଛଡ଼ ଗୁଡିକ ଦେଖାଯାଉଛି । ମନ୍ଦିରର ଏପରି ଅବସ୍ଥାକୁ ନେଇ ସାଧାରଣରେ ଓ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶଥାଉକି ଏନ୍ଏସି କର୍ତ୍ତୃପକ୍ଷ ମୁକ୍ତା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରି ମା' ଉମାଦେବୀଙ୍କ ମନ୍ଦିରର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କାର୍ଯ୍ଯ କରିଥିଲେ ହେଁ ମନ୍ଦିର ମଣ୍ଡପ  ଛାତର  ମରାମତି ଦିଗରେ ଦୃଷ୍ଟି ନ ଦେବା ଦୁଃଖର ବିଷୟ ।ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ସେଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS