ବେଲଗୁଣ୍ଠା ଏନ୍ଏସିରେ ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରଶାସନର ସ୍ଥାନ ନିରୂପଣ
ବେଲଗୁଣ୍ଠା, (ମଣିଭଦ୍ରା ଖବର) କିଛିଦିନ ହେବ ବେଲଗୁଣ୍ଠା ରାସ୍ତାରେ ବହୁ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି I ବେଲଗୁଣ୍ଠା ସହରରେ ଘର ଗୁଡ଼ିକ ରାସ୍ତା ଉପରକୁ ଆଣି ସରକାରୀ ସ୍ଥାନ ଉପରେ କରାଯାଇଥିବାରୁ ବର୍ତ୍ତମାନ ପ୍ରଶାସନକୁ ସନ୍ଧ୍ୟାବେଳେ ନାକେଦମ ହେବାକୁ ପଡ଼ୁଛି I ଦୋକାନ ଗୁଡିକ ମଧ୍ୟ ରାସ୍ତ ଉପରକୁ ମାଡ଼ି ବସିଥିବାରୁ ରାସ୍ତା ଉପରେ କାର୍,ମୋଟରସାଇକେଲ୍ ଆଦି ରହିବା ଯୋଗୁଁଦିନକୁଦିନ ସଂଧ୍ୟା ସମୟରେ ବହୁ ସମସ୍ୟା ସୃଷ୍ଟି ହେଉଛି I ଏହାକୁ ଦୃଷ୍ଟିରେ ରଖି ରାସ୍ତା ସମ୍ପ୍ରସାରଣ ହେବାକୁ ଥିବାରୁ ବେଲଗୁଣ୍ଠା ଏନ୍ଏସି ପକ୍ଷରୁ ରେଡ୍ ହଟ୍ ହୋଟେଲ୍ ପାର୍ଶ୍ୱ ଏନ୍ଏସି ଗେଟ୍ ପାଖରୁ ରାଧା କୃଷ୍ଣ ନଗର ଛକ ପର୍ଯ୍ୟନ୍ତ୍ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜାଗାରେ ଥିବା ଜବରଦଖଲ ଅଞ୍ଚଳ ଗୁଡ଼ିକୁ ନିରୂପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ବନମାଳୀ ଶତପଥି, ବେଲଗୁଣ୍ଠା ଥାନ ଏସ୍ଆଇ ବିଶ୍ୱରଞ୍ଜନ ନାୟକ, ବେଲଗୁଣ୍ଠା ରାଜସ୍ୟ ନୀରିକ୍ଷକ ପ୍ରଦୀପ କୁମାର ଜେନା, ଅମିନ୍ ଶୁକମ୍ବର ବେହେରା, ପାଇଲିପଡ଼ା ଅମିନ୍ ଶିବ କୁମାର ପାତ୍ର, ନାଟଙ୍ଗା ରାଜସ୍ଵ ନୀରିକ୍ଷକ କାହ୍ନୁଚରଣ ସାହୁ, ଫ୍ଲାଇଙ୍ଗ ସ୍କ୍ୱାଡ଼ ଏବଂ ପୋଲିସ୍ ବାହିନୀ ଉପସ୍ଥିତ ଥି଼ଲେ I ଏହି ଚିହ୍ନଟ ପ୍ରକ୍ରିୟା ବେଲଗୁଣ୍ଠା-ବୁଗୁଡା ରାସ୍ତାରେ ଚଢିଆପଲ୍ଲୀ ସ୍ଥିତ ବୋଡ଼ା ନଦୀ ପୋଲ ପର୍ଯ୍ୟନ୍ତ ଏବଂ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରାସ୍ତାରେ ପେଟ୍ରୋଲ୍ ପମ୍ପ୍ ପର୍ଯ୍ୟନ୍ତ କରାଯାଇ ଜବରଦଖଲକୁ ଉଚ୍ଛେଦ କରାଯିବ I ସ୍ଥାନ ଚିହ୍ନଟ ପରେ ଜବରଦଖଲକାରୀଙ୍କୁ ସ୍ଥାନରୁ ହଟିବା ପାଇଁ ସମୟ ଦିଆଯିବ ,ସେହି ସମୟ ମଧ୍ୟରେ ଜବରଦଖଲକାରୀ ପ୍ରଶାସନର ସେଚନକୁ ଅବମାନନା କଲେ ହିଟାଚି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment