BREAKING
Loading...
:

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ପୋଲିସ ଗାଡି, ଅଳ୍ପକେ ବର୍ତ୍ତିଲେ ୨୨ ପୋଲିସ

  ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ପୋଲିସ ଗାଡି, ଅଳ୍ପକେ ବର୍ତ୍ତିଲେ ୨୨ ପୋଲିସ



ଗଜପତି (ମନୋଜ କୁମାର ପାଢୀ)- ରଥଯାତ୍ରା ଡ୍ୟୁଟି ସାରି ପୁରୀ ରୁ କୋରାପୁଟ ଫେରିବା ବେଳେ କୋରାପୁଟ ଜ଼ିଲ୍ଲା ପୋଲିସ ର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଝାଗୁଡ଼ି ଗାଁ ନିକଟସ୍ଥ ବୁଲାଣି ରାସ୍ତା ରେ। ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡ଼କୁ ଖସିଯାଇଥିବା ବେଳେ ସୌଭାଗ୍ୟବଶତଃ ବସ୍ ରେ ବସିଥିବା ସମସ୍ତ ପୋଲିସ ଯବାନ ସୁରକ୍ଷିତ ଥିବା ଜଣାପଡିଛି।ବସ୍ ରେ ୨୨ ଜଣ ଯବାନ ଥିବା ବେଳେ ଡ୍ରାଇଭର ଙ୍କ ଆଖି ପଡ଼ିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଧରାପଡ଼ିଛି l ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l


Post a Comment

Previous Post Next Post
Header ADS