BREAKING
Loading...
:

ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 



ସମ୍ବଲପୁର (ମଣିଭଦ୍ରା ଖବର) 


ବରପାଲି  ଯାଦବ ସମାଜ ପକ୍ଷରୁ ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନାନ୍ଦୋତ୍ସବ ପାଇଁ  ଏକ ପ୍ରସ୍ତୁତି ବୈଠକ ଜୟ ଗୋପାଳ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସଭାପତି ମନଫୁଲ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ନିର୍ଦ୍ଧାରିତ ତିନିଦିନିଆ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଅନୁଷ୍ଠିତ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ଯାତ୍ରା ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା।ଯାତ୍ରା କମିଟିର ମୁଖ୍ୟ ପରିଚାଳକ ଭାବେ ରସାନନ୍ଦ ଥପା ମନୋନୀତ ହୋଇଥିବାବେଳେ ଖାଡିଆ ବଗର୍ତ୍ତି, ନନ୍ଦୀକିଶୋର ବାଗ,  ପ୍ରତାପ ନାଗ, କୁନୁ ଜାଲ, ସୁଦାମ ପୋଡ଼, ଅକ୍ଷୟ ଭୋଇ,  ଟିକି ଜାଲ, ନମିତା ଜାଲ, ସିନ୍ଧୁ ବଗର୍ତ୍ତି ଓ ତିଲୋତ୍ତମା ଭୋଇ ପ୍ରମୁଖ ପରିଚାଳନା କମିଟିରେ ରହିଛନ୍ତି । ଚଳିତ ବର୍ଷ ପ୍ରସ୍ତାବିତ ଉତ୍ସବରେ ନନ୍ଦ ରାଜା ଭାବେ କୁଞ୍ଜବିହାରୀ ରାଉତ ଓ ବସୁଦେବ ଭାବେ ଧୀରେନ୍ଦ୍ର ଭୋଇ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିବେ । ପ୍ରସ୍ତୁତି ବୈଠକରେ ଗୋବିନ୍ଦ ଜୁଆଡ଼ି, ଆନନ୍ଦ କାଣ୍ଡ, ବିଶ୍ଵାମିତ୍ର ପୋଢ଼,   ହଜାରୁ ମହାକୁର, ମନୋରଞ୍ଜନ ବଗର୍ତ୍ତୀ, ପୂର୍ଣ୍ଣଚନ୍ଦ୍ର ଠେଲା, ନିକୁଞ୍ଜ ଷାଣ୍ଡ, ଗୁଡ଼ୁ ଷାଣ୍ଢ, ବାଲୁଙ୍କେଶ୍ୱର ବେମାଲ ଓ ଆଦିକନ୍ଦ ଭୋଇ ପ୍ରମୁଖଙ୍କ ସହିତ ମହିଳା ସମିତିର ସମସ୍ତ ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ବରିଷ୍ଠ ସଭ୍ୟ କୁଞ୍ଜବିହାରୀ ରାଉତ ଉତ୍ସବର ମଙ୍ଗଳ ମନାସି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS