BREAKING
Loading...
:

କଳାକାର ସମାଜ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ୁ : ବ୍ଲକ କଳାକାର ସଂଘ

 କଳାକାର ସମାଜ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ୁ : ବ୍ଲକ କଳାକାର ସଂଘ 



ବେଲଗୁଣ୍ଠା (ନେଟଗାଁ) ମଣିଭଦ୍ରା ଖବର 

              କଳା ଓ କଳାକାର ହିତୈଷୀ ମହାମଞ୍ଚ "ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ"ର ଏକ ସାଙ୍ଗଠନିକ ବୈଠକ ସଂଘ ଉପଦେଷ୍ଟା ବାଲ୍ମୀକି ମହାନ୍ତିଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶାଖା ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କ ମହନୀୟ କାର୍ଯ୍ୟାଧରା ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ଉଦବୋଧନ ଦେଇଥିଲେ। ବୈଠକରେ ସଂଘ ବ୍ଲକ ସଂଯୋଜକ ଈଶ୍ବର ଗୌଡ଼, ଉପଦେଷ୍ଟା ବାଲ୍ମୀକି ମହାନ୍ତି ମଂଚାସୀନ ଥିଲେ। ବୈଠକରେ ସାଙ୍ଗଠନିକ ଆଲୋଚନା ସହ ଗତବର୍ଷ ଜୁନ ମାସ ସୁଦ୍ଧା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ଆଶାୟୀ କଳାକାରମାନଙ୍କ ଆବେଦନ ପତ୍ର ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ଗୁଡିକରେ ଗଛିତ ରହିଛି, କୌଣସି ପଦକ୍ଷେପ ନିଆଯାଉ ନଥିବା ହେତୁ ଉଦବେଗ ପ୍ରକାଶ ପାଇଥିଲା। ବୈଠକ ମାଧ୍ୟମରେ ତାହାର ବିହିତ ପ୍ରତିକାର ସହିତ କଳାକାରଙ୍କ ଭତ୍ତାରାଶୀ ବୃଦ୍ଧି ନିମନ୍ତେ ଅନୁରୋଧ କରାଯାଇଛି। ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ ଓ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଉପସ୍ଥିତ ରହି ବୈଠକରେ ଅଂଶ ଗ୍ରହଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS