BREAKING
Loading...
:

ଗଞ୍ଜାମରେ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ' ଅନୁଷ୍ଠିତ

 ଗଞ୍ଜାମରେ 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ' ଅନୁଷ୍ଠିତ




ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଆଜି (ରବିବାର) ବ୍ରହ୍ମପୁର ସ୍ଥିତ ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି 'ଜିଲ୍ଲାସ୍ତରୀୟ ଲୋକ ଅଦାଲତ' l ଏଥିରେ କେବଳ ବିଚାରାଧୀନ ଚେକ୍ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ ହୋଇଛି l ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ  ଦୀର୍ଘଦିନ ଧରି ପଡି ରହିଥିବା ୨୩୩ ଟି ମକଦ୍ଦମା ରୁଜ୍ଜୁ ହୋଇଥିବା ବେଳେ ସେଥି ମଧ୍ୟରୁ ନିଃଶୁଳ୍କ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ୨୦ ଟି ମାମଲାର ୬୮, ୪୧, ୬୫୧ ଟଙ୍କା ଆଦାୟ ସହ ମାମଲା ସମାଧାନ କରାଯାଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS