BREAKING
Loading...
:

ଗଞ୍ଜାମ ଜିଲ୍ଲା ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ରାକେଶ ପ୍ରଧାନ ଓରଫ ଗୁଡୁଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣାରେ ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ 2ଟି ଖଣ୍ଡା ଜବତ କରିଛି

 *ଗଞ୍ଜାମ ଜିଲ୍ଲା ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ  ରାକେଶ ପ୍ରଧାନ ଓରଫ ଗୁଡୁଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣାରେ ପୋଲିସ  5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ 2ଟି ଖଣ୍ଡା ଜବତ କରିଛି ।*



*ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ମାଧବପୃଷ୍ଟି ସାହିର ନାନକ ଜେନା (23),ରୁଦ୍ରପ୍ରସାଦ ସାହୁ (19), ବାବୁ ପ୍ରଧାନ (32) ଓ ମାଳି ସାହିର ସୁଦାମ ମହାପାତ୍ର (21)କୁଆନନ୍ଦ ଗ୍ରାମର ରାଜା ଜେନା (22) ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଥାନରେ ଏକାଧିକ ଅପରାଧିକ ମାମଲା ରହିଛି ମୃତ ରାକେଶ ପ୍ରଧାନ ଓରଫ ଗୁଡୁଙ୍କ ନାମରେ ମଧ୍ୟ  ଥାନରେ ଏକାଧିକ ଅପରାଧିକ ମାମଲା ରହିଥିଲା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଥିଲା ଏହି ହତ୍ୟା ଘଟଣା ।*


*ଉକ୍ତ ହତ୍ୟାକାଣ୍ଡକୁ ନେଇ ମୃତକଙ୍କ ସମ୍ପର୍କୀୟ ଭାଇ ଜାନକୀ ପ୍ରଧାନ (39)ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲସରା ଥାନାରେ 520/25 ରେ ଏକ ହତ୍ୟା ମାମଲା ରୁଜୁ  ହୋଇଛି  ସୂଚନା ଦେଲେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ ନାୟକ ଗତକାଲି ସକାଳ ସମୟରେ ରାକେଶ ପ୍ରଧାନ ଓରଫ ଗୁଡୁଙ୍କୁ କିଛି ଯୁବକ ଖଣ୍ଡାରେ ସଙ୍ଘବଧ  ଆକ୍ରମଣ କରିଥିଲେ ଗୁରୁତର ଅବସ୍ଥାରେ ଗୁଡୁଙ୍କୁ ପ୍ରଥମେ ପୋଲସରା ପରେ ବ୍ରହ୍ମପୁର ବଡ ମେଡିକାଲ ତାପରେ  ଭୁବନେଶ୍ୱରକୁ ଚିକିତ୍ସା ପାଇଁ  ନେବା ସମୟରେ ଖୋର୍ଦ୍ଧା ଠାରେ ଗୁଡୁଙ୍କ ମୃତ୍ୟୁ ଘଟିଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS