BREAKING
Loading...
:

ଭତ୍ତା ହିତାଧିକାରୀ ତାଲିକାରେ ମାଳମାଳ ଅଯୋଗ୍ୟ ହିତାଧିକାରୀ,ତଦନ୍ତଦାବି

 ଭତ୍ତା ହିତାଧିକାରୀ ତାଲିକାରେ  ମାଳମାଳ ଅଯୋଗ୍ୟ ହିତାଧିକାରୀ,ତଦନ୍ତଦାବି



ଖଣ୍ଡପଡ଼ା ୧୭/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର)  ବର୍ଷ ବର୍ଷ ଧରି ମାଳମାଳ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଭତ୍ତା ହିତାଧିକାରୀ ତାଲିକା ଗଡୁଛି।ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ଓ ଅଭିଯୋଗ ସତ୍ବେ ମଧ୍ଯ ଭତ୍ତା ହିତାଧିକାରୀଙ୍କ ତାଲିକାରୁ ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ବାଦ ଦେବାତ ଦୁରର କଥା ଖଣ୍ଡପଡ଼ା ବ୍ଲକ ପ୍ରଶାସନ ନତୁବା ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗର ତଦନ୍ତ ନହେବା ଆଶ୍ଚର୍ଯ୍ୟର ବିଷୟ। ଖଣ୍ଡପଡ଼ା ବ୍ଲକ ଅଧିନ ୨୨ଗୋଟି ପଞ୍ଚାୟତରେ ପ୍ରତି ମାସରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ତାଲିକାକୁ ଅନୁଧ୍ୟାନ କଲେ ଭିନ୍ନକ୍ଷମ ଭତ୍ତା ,କଳାକାର ଭତ୍ତା ହିତାଧିକାରୀ ଚୟନରେ ହୋଇଥିବା ଦୁର୍ନୀତି ସାମ୍ନାକୁ ଆସୁଛି। କଳାକାର ଓ ଭିନ୍ନକ୍ଷମ ନହୋଇ ମଧ୍ଯ ସେମାନେ ଭତ୍ତା ପାଇବାକୁ ଯୋଗ୍ଯ ବିବେଚିତ ହେଲେ କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେହିପରି କାଗଜପତ୍ରରେ ଚଞ୍ଚକତା କରି ୬୦ ବର୍ଷ ବୟସରୁ କମ ବୟସର ଅନେକ ବ୍ୟକ୍ତି ପ୍ରତି ମାସରେ ଭତ୍ତା ପାଉଥିବା ଅଭିଯୋଗ ହେଉଛି।ଯାହାକି ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ଯ ଭତ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ଏସବୁ ଦୁର୍ନୀତି ପଛରେ କିଛି ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ ଓ ପଞ୍ଚାୟତ ଲୋକପ୍ରତିନିଧିଙ୍କ ପ୍ରଛନ୍ନ ହାତଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ପ୍ରତି ମାସରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ତାଲିକା ଯଦି ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଏ ବହୁ ଅଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିବେ ବୋଲି ଜଣାପଡିଛି। ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଖଣ୍ଡପଡ଼ା ବ୍ଲକ ସ୍ତରରେ ଭତ୍ତା ହିତାଧିକାରୀ ତୟନରେ ହୋଇଥିବା ଦୁର୍ନୀତିର ତଦନ୍ତ କେବେ ହେବ ତାହା ଦେଖିବାକୁ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଉଛି।  ନୟାଗଡ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS