BREAKING
Loading...
:

ମା କାଳୀଙ୍କ ଦଣ୍ଡ ଉତ୍ସବ ଆରମ୍ଭ

 ମା କାଳୀଙ୍କ ଦଣ୍ଡ ଉତ୍ସବ ଆରମ୍ଭ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହର ର ଆରାଧ୍ୟ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ପାର୍ଶ୍ଵ ଦେବଦେବୀ ରୁପେ ପୁଜା ପାଉଥିବା ମାଁ କାଳୀ ଙ୍କ ୯ ଦିନ ବ୍ୟାପୀ ଦଣ୍ଡ ଉତ୍ସବ ଗତ ଶନିବାରଠାରୁ ଆରମ୍ଭ ହୋଇଛି। ମାନସିକଧାରି ଦଣ୍ଡୁଆ ମାନେ ନିଷ୍ଠା କାଷ୍ଠାରସହ

ଦଣ୍ଡ ପର୍ବ ରେ ସାମିଲ ହୋଇଛନ୍ତି। ଅପରାହ୍ନ ରେ ଖଣ୍ଡପଡ଼ା ବଡ ପୋଖରୀ ରେ ଦଣ୍ଡୁଆ ମାନେ ଏକତ୍ରିତ ହୋଇ ନୀତିକୁ ମାନି   ହୁଡ଼ାରେ ମାଁ ଦଣ୍ଡ କାଳୀଙ୍କ ପରଭା ର ଉଭା ସ୍ନାନ ନୀତି କାନ୍ତି ସମ୍ପର୍ନ୍ନ ପରେ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଙ୍କ ପୁଜା ଭୋଗ ସାରି ମାଁ ଙ୍କ ପାଟ ଦଣ୍ଡୁଆ ଗୈ!ରି ବେତ ଓ ବାବାଙ୍କୁ ଗ୍ରାମ ପରିଭ୍ରମଣ କରି ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ କାମନା ଘରେ ଆଶ୍ରୟ ନିଅନ୍ତି ରାତିରେ ଦଣ୍ଡୁଆ ମାନେ ଏକତ୍ରିତ ହୋଇ ଗ୍ରାମ ର ଭିନ୍ନ ଭିନ୍ନ ସ୍ଥାନରେ ଭୋଗ ସାରି ସେଠାରେ ଭକ୍ତମାନଙ୍କ ଗହଳରେ ଦଣ୍ଡ ନାଟ ମଧ୍ୟ ପରିବେଷଣ କରି ରାତି କଟାଇ ପ୍ରାତଃ ସମୟରେ ମନ୍ଦିର ପ୍ରାଙ୍ଗଣ କୁ ଆସି ଥାନ୍ତି ଏହି ପରି ଭାବରେ ଆସନ୍ତା ମେରୁ ସଂକ୍ରାନ୍ତି ପ୍ରଜନ୍ତ ନିତି କାନ୍ତି ସମ୍ପର୍ନ୍ନ କରିଥାନ୍ତି ଦଣ୍ଡୁଆ ଭକ୍ତ । ପଣା ସଙ୍କ୍ରାନ୍ତୀ ରେ ଖଣ୍ଡପଡ଼ା ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ  ଆୟୋଜିତ ଝାମୁ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବ। ଏହି ଉତ୍ସବ ବହୁ ବର୍ଷ ଧରି ରାଜାରାଜୁଡ଼ା ସମୟରୁ ପ୍ରଚଳିତ ହୋଇଆସୁଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS