BREAKING
Loading...
:

ଦୁଇଦିନିଆ କ୍ଲଷ୍ଟରସ୍ତରୀୟ ଶିକ୍ଷଣସାମଗ୍ରୀ ପ୍ରସ୍ତୁତ କର୍ମଶାଳା

 *ଦୁଇଦିନିଆ କ୍ଲଷ୍ଟରସ୍ତରୀୟ ଶିକ୍ଷଣସାମଗ୍ରୀ ପ୍ରସ୍ତୁତ କର୍ମଶାଳା*ଅନୁଷ୍ଠିତ l



କୋରାପୁଟ( ମଣିଭଦ୍ରା ଖବର) 


ସ୍ଥାନୀୟ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଲିସ ଓ ମାଳିସାହି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ବିଶିଷ୍ଠ ଅତିଥି ରୂପେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଯୋଗ ଦେଇ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ଶିକ୍ଷଣସାମଗ୍ରୀ ଗୁଡ଼ିକୁ ସୁନ୍ଦର ଓ ଆକର୍ଷଣୀୟ କଲେ ପିଲାମାନେ ଅଧିକ ଆନନ୍ଦ ଉପଭୋଗ କରିବା ସହ ଶିକ୍ଷଣପ୍ରକ୍ରିୟା ମଧ୍ୟ ଅଧିକ ଫଳପ୍ରଦ ହେବ ବୋଲି ନିଜର ମତାମତ ରଖିଥିଲେ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କର୍ମଶାଳାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁପ୍ତେଶ୍ୱର ପଟ୍ଟନାୟକ ସାଧନକର୍ମୀ ଭାବେ ଯୋଗ ଦେଇଥିଲେ।ଶ୍ରେଣୀ, ବିଷୟ ଏବଂ ପ୍ରସଙ୍ଗକୁ ଆଧାର କରି ସ୍ୱଳ୍ପ ଖର୍ଚ୍ଚରେ ଏବଂ ଅନାବଶ୍ୟକ ଜିନିଷକୁ ନେଇ  ସୁନ୍ଦର,ସ୍ଥାୟୀ ଓ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ଏହି କର୍ମଶାଳାର ଲକ୍ଷ୍ୟ ବୋଲି ସଂଯୋଜକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଏକ୍ସ ବୋର୍ଡ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଏହି କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ।ସେହିପରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହର ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ୱାର୍କ ଷ୍ଟ୍ରିଟ ବିଦ୍ୟାଳୟ ଠାରେ ମାଙ୍ଗରା ଓ ରେଲିକୁମ୍ଭା କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଥିବା ସୂଚନା ମିଳିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS